ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ପରଲୋକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଗ୍ରାମର ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ଗୁରୁବାର ମଧ୍ୟ ରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ର ପୂର୍ବରୁ ଡାଇବେଟିସ୍‌ ଜନିତ କିଡ଼ନୀ ରୋଗରେ ପୀଡିତ ଥିଲେ ବହୁଦିନରୁ ତାଙ୍କର ଡାଇଲେସିସ୍‌ ଚାଲୁଥିଲା । ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବରଗଡ ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ରାତ୍ରି ୨ ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶୁକ୍ରବାର ସକାଳେ ନିଜ ଗାଁ ଧଣ୍ଡାମୁଣ୍ଡାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଲା ପରେ ଶୋକାକୁଳ ପରିବେଶ ହୋଇ ଉଠିଥିଲା । ଶେଷକୃତ୍ୟ ଗାଁ ନଦୀ କୂଳରେ ହୋଇଥିବା ବେଳେ ପୁତ୍ର ସରୋଜ କୁମାର ମିଶ୍ର ମୁଖାଗ୍ନି ଦେଇଥିଲେ । ଏହି ଅବସରରେ ଝିଅ, ଜ୍ୱାଇଁ, ନାତି ନାତୁଣୀ, ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେ ବିଗତ ୨୫ ବର୍ଷଧରି ସାମ୍ବାଦିକତା କରୁଥିଲେ ଓ ପରଲୋକ ହେବା ସମୟରେ ତାଙ୍କୁ ୬୬ ବର୍ଷ ବୟସ ଛୁଇଁଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଭାବରେ ଅଞ୍ଚଳରେ ପରିଚିତ । ତାଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.