oom

ପୁଇଁନ୍ତଲା ବ୍ଲକ କଂଗ୍ରେସର ୨ ବରିଷ୍ଠ ନେତାଙ୍କ ଅକାଳ ବିୟୋଗ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଖଲିଆପାଲି ପଂଚୟାତ ଅନ୍ତର୍ଗତ ଛେମତଲା ଗ୍ରାମର ସେବହାରି ବାଗ (୫୨) ଗତ ନୂଆଁଖାଇ ଦିନ ସକାଳେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସ୍ୱର୍ଗତ ଶ୍ରୀ ବାଗ ପୁଇଁନ୍ତଲା ବ୍ଲକ କଂଗ୍ରେସର ଜଣେ ସକ୍ରିୟ ସଭ୍ୟ ତଥା ୧୯୯୭ ରୁ ୨୦୦୨ ୧୮ନମ୍ବର ଜୋନର ପ୍ରଥମ ଜିଲ୍ଲା ପରିଷଦ ସଭ୍ୟଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଖଲିଆପାଲି ପଂଚାୟତ ଅନ୍ତର୍ଗତ ଫଟକରା (ବି) ଗୋପ ଗୋବିନ୍ଦ ଡାଙ୍ଗ (୫୯) ଗତ ୮ ତାରିଖ ନୂଆଁଖାଇ ଦିନ ସନ୍ଧ୍ୟାରେ ହୃତଘାତରେ ମୃତ୍ୟୁବରଣ କରିଛନ୍ତି । ସ୍ୱର୍ଗତ ଶ୍ରୀ ଡାଙ୍ଗ ୨୦୦୨ ରୁ ୨୦୦୭ ସମିତି ସଭ୍ୟ ଭାବେ ଖଲିଆପାଲି ପଂଚାୟତରୁ ପ୍ରତିନିଧିତ୍ୱ କରିବା ସଙ୍ଗେ ପୁଇଁନ୍ତଲା ବ୍ଲକ କଂଗ୍ରେସର ସକ୍ରିୟ ସଭ୍ୟ ଭାବେ କାର୍ଯ୍ୟ କରୁଥିଲେ । ଏହି ୨ ନେତାଙ୍କ ବିୟୋଗରେ ପୁଇଁନ୍ତଲା ବ୍ଲକ କଂଗ୍ରେସର ଅପୁରଣିୟ କ୍ଷତି ହେବା ସଙ୍ଗେ ଖଲିଆପାଲି ପଂଚାୟତ ସମେତ ଆଖପାଖ ଅଂଚଳର ଉନ୍ନୟନମୂଳକ କାର୍ଯ୍ୟରେ ଏମାନଙ୍କର ଅବଦାନ ଅବିସ୍ମରଣିୟ ହୋଇରହିବ । ତାଙ୍କ ବିୟୋଗରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର, ପୁଇଁନ୍ତଲା ବ୍ଲକ ସଭାପତି ଉମାକାନ୍ତ ସାହୁ, ଓମ୍‌ ପ୍ରକାଶ କୁମ୍ଭାର, ଯୁବନେତା ସାନନ୍ଦ ମିଶ୍ର, ପୂର୍ବ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ବରିଷ୍ଠ କଂଗ୍ରେସ ନେତା ସର୍ଜନ ବିଶ୍ୱାଲ, ଶୁଶାନ୍ତ ଷଡଙ୍ଗି, ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ଶୁଭ୍ରାଂଶୁ ପଣ୍ଡା, ପ୍ରେମ ମହାକୁର, ହରି ନନ୍ଦ, ଲଳିତ ପଟେଲ, ଦଶମୁଖ ଖାନ, ହଲୁଆ ଡାଙ୍ଗ, ରାଧୁ ଛନ୍ଦ, ବିରୋଧ ତାଣ୍ଡି, ଯୁଗଲାଲ ନନ୍ଦ, ରମେଶ ନନ୍ଦ, କଷ୍ଟ ନନ୍ଦ, ରାଧୁ ଦୀପ, ଯୋଗେଶ୍ୱର ପାଣ୍ଡେ ପ୍ରମୁଖ ଶୋକ ପ୍ରକାଶ କରିବା ସଙ୍ଗେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.