oom

ବରାହ ମାଂସ ଚାଲାଣକାରୀଙ୍କୁ ଗିରଫ୍‌ କଲା ଦେଓଗାଁ ବନ ବିଭାଗ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ରେଂଜ ଅନ୍ତର୍ଗତ ରତନ୍‌ପୁର ପାଖ ସିଂହାପାଲିରୁ ବରାହ ମାଂସ ଚାଲାଣ ହେଉଥିବା ନେଇ ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ପାଖକୁ ସୂଚନା ଆସିବା ପରେ ତାଙ୍କ ନିର୍ଦ୍ଦେଶରେ ଦେଓଗାଁ ରେଂଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଟେକାବୁଢ଼ା ରିଜର୍ଭ ଫରେଷ୍ଟରୁ ପ୍ରାୟ ୨୦ କେଜି ବରାହ ମାଂସ ଓ ଗୋଟିଏ ମୋଟର ସାଇକେଲ୍‌ ଜବତ୍‌ କରାଯିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇଛି । ଗିରଫ୍‌ ଅଭିଯୁକ୍ତ ଜଣକ ହେଲେ ମୋହନଗିରି ନିବାସୀ ତଥା ସିଂହାପାଲିରୁ ବାହା ହୋଇଥିବା ଯୁବକ ଜଗଦୀଶ ପାତ୍ର(୨୨) । ଏହି ମାମଲାରେ ଓଡ଼ି ୦୩ୱାଇ ୬୬୯୮ ନମ୍ବର ବିଶିଷ୍ଟ ଏକ ସିଡ଼ି ଡିଲକ୍ସ ବାଇକ୍‌ ଜବତ୍‌ କରାଯାଇଛି । ଦେଓଗାଁ ଫରେଷ୍ଟର ବ୍ୟାସଦେବ ସାହୁଙ୍କ ଅନୁସାରେ ବରାହ ମାଂସ ନେଇ ବାଇକ୍‌ ଯୋଗେ ୨ ଜଣ ଅଭିଯୁକ୍ତ ଫେରାର୍‌ ହେଉଥିବା ବେଳେ କାବୁ କରିଥିଲା ବନ ବିଭାଗ । ତେବେ ଘଟଣା ସ୍ଥଳରୁ ବାଇକ୍‌ ପଛରେ ବସିଥିବା ଅଭିଯୁକ୍ତ ଜଣକ ଚମ୍ପଟ୍‌ ମାରିବାରେ ସଫଳ ହୋଇଥିଲା । ବାଇକ୍‌ ଚଳାଉଥିବା ଯୁବକ ଜଗଦୀଶଙ୍କୁ ବନ ବିଭାଗ କର୍ମଚାରୀମାନେ କାବୁ କରିନେଇଥିଲେ । ତେବେ ଫେରାର୍‌ ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ପାଇଁ ତନାଘନା ଉଦ୍ୟମ ଜାରି ରଖିଛି ବନ ବିଭାଗ ବୋଲି ସୂଚନା ମିଳିଛି ।

jittmm
Leave A Reply

Your email address will not be published.