ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ଖେଦାପାଲି ଗ୍ରାମର କ୍ୟାନ୍ସର ପିଡିତ ତୁଳାଧର ପଧାନ ଦୀର୍ଘ ଦିନ ହେଲା କେମୋ ନ ପାଇବାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଯାଇଥିବା ବେଳେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟୋକ ନଥିବା କହି ବାରମ୍ବାର ତାଙ୍କୁ ଫେରାଇ ଦିଆଯାଉଥିଲା । ଏ ବିଷୟରେ ସଂକଲ୍ପ ପରିବାର ତରଫରୁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଦୃଷ୍ଟି ଅଣାଯାଇଥିଲା । ଖବର ପାଇବା ପରେ ବିଧାୟକ ଉକ୍ତ କ୍ୟାନ୍ସର ପିଡ଼ିତଙ୍କୁ କେମୋ ଯୋଗାଇ ଦେଇଥିବାରୁ ତାଙ୍କୁ ସଂକଲ୍ପ ପରିବାର ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।