ମହିଳା ସମିତିର ନିଶାମୁକ୍ତ ବରଗଡ଼ ଅଭିଯାନ

ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀଙ୍କ ଶପଥ ପାଠ

ବରଗଡ଼, (ନିରୋଜ କୁମାର ପାଣୀ) : ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲ୍ଲା କାରାଗାରର ଅନ୍ତେବାସୀ ଗଣ ଶପଥ ପାଠ କରିଛନ୍ତି । “ନିଶାମୁକ୍ତ ବରଗଡ଼ ଅଭିଯାନ” ସ୍ୱରୂପ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ବରଗଡ଼ ଜିଲ୍ଲା କାରାଗାରଠାରେ ଅନ୍ତେବାସୀଙ୍କ ଗହଣରେ ଏକ ଆଲୋଚନା ଚକ୍ର ସଭାପତି ହର୍ଜିନ୍ଦର୍ କୌରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଲୋଚକ ଭାବରେ ଶିକ୍ଷାବିତ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଯୋଗଦେଇ ବନ୍ଦୀ ମାନଙ୍କୁ ନିଶାମୁକ୍ତ ଅଭିଯାନରେ ସାମିଲ କରି ନିଶାଠୁ ଦୂରେଇ ରଖିବା, ପରିବାର ପ୍ରତି ସମର୍ପିତ ହେବା ସଙ୍ଗେ ସଙ୍ଗେ ନୂଆ ସମାଜ ଏବଂ ଦେଶ ଗଠନରେ ହାତ ବଢ଼ାଇବା ପାଇଁ ମହିଳା ସମିତିର ଏହି ଅଭିନବ ପ୍ରୋତ୍ସାହନକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ବକ୍ତା ଭାବରେ ବରପାଲି ମହିଳା ସମିତିର କିରଣ ଅଗ୍ରୱାଲ ଓ ସନ୍ତୋଷ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର, ସମାଜସେବୀ ସର୍ଦ୍ଦାର ପ୍ରିତମ ସିଂ ଅଂଶଗ୍ରହଣ କରିଥିଲେ । ଜେଲ ଅଧିକ୍ଷକ ସଲମାନ୍ କୁଜୁର ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ବନ୍ଦୀଙ୍କ ପକ୍ଷରୁ ଜଣେ ଅନ୍ତେବାସୀ ସ୍ୱରଚିତ କବିତା ପାଠ କରିଥିଲେ । ସମିତିର ମନ୍ଦାକିନୀ ପତି, ମମତା ମିଶ୍ର, ରାଧାରାଣୀ ମିଶ୍ର, ସୁଜାତା ପଣ୍ଡା ପ୍ରମୁଖ ନିଶାମୁକ୍ତ ଶୃଙ୍ଖଳ ଜୀବନ ଯାପନ ପାଇଁ ଆହ୍ୱାନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତା ମିଶ୍ର, କନକ ପ୍ରଧାନ, ଶୈବାଲିନି ପଣ୍ଡା, ଜୟନ୍ତୀ ପ୍ରଧାନ, ଜୟଗୀତା ପଣ୍ଡା, ମନ୍ଦାକିନୀ ପତି, ପଦ୍ମିନୀ ପ୍ରଧାନ, ଗୀତାଞ୍ଜଳି ପାଣିଗ୍ରାହୀ, ସସ୍ମିତା ପଟ୍ଟନାୟକ, ସରିତା ଦାସ ପ୍ରମୁଖ ସାମିଲ ହୋଇଥିଲେ । ପରିଶେଷରେ ଅଞ୍ଜନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.