oom

ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ବରଗଡ ପ୍ରଶାସନ : ଶ୍ରୀକାନ୍ତ ମିଶ୍ର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଲୋକଙ୍କ ଆଶୀର୍ବାଦରେ ଗଠିତ ଓଡ଼ିଶାର ଜନପ୍ରିୟ ଓ ଲୋକଙ୍କ ସରକାର ତଥା ଲୋକଙ୍କ ମୁମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦନାମ କରିବାର ଷଡଯନ୍ତ୍ର । ବହୁ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଏକ ଜନପ୍ରିୟ ସରକାର ଗଠିତ ହୋଇଛି । ସରକାରର ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣେ ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରତିଷ୍ଠା କରି ଓଡିଶା ଲୋକଙ୍କ ହୃଦୟ ଜିତିବାର ସଫଳ ହୋଇଛନ୍ତି । ଜଣେ ସରଳ, ଅମାୟିକ ବ୍ୟକ୍ତିତ୍ୱ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଓଡ଼ିଶାର ପ୍ରଥମ ଥର ପାଇଁ ଗଠିତ ଭାରତୀୟ ଜନତା ପାର୍ଟିର ସରକାରକୁ ବଦନାମ କରିବାର ଏକ ବଡ ଷଡଯନ୍ତ୍ର ଚର୍ଚ୍ଛା ଚାଲିଛି । ମୁଁ ବିଶେଷ ଭାବେ ବରଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଓ ସରକାରକୁ ସର୍ବ ସାଧାରଣରେ ନିନ୍ଦିତ କରିବାର ଯେଉଁ ଷଡଯନ୍ତ୍ର ଚାଳିଛି ସେ ସଂପର୍କରେ ଆଜି ଏ ସାମ୍ବାଦିକ ସମ୍ମିଳନୀରେ ଆପଣଙ୍କମାନଙ୍କୁ ଅବଗତ କରାଇବା ଚାହୁଛି । ଭାରତୀୟ ଜନତା ପାର୍ଟିର ମୁଁ ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ରାଜ୍ୟ ସରକାର ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବା ମୁଁ ମୋର ଦାୟିତ୍ୱ ଓ କର୍ତ୍ତବ୍ୟ ଭାବୁଛି । ଧାନ କିଣା ବିକାରେ ଷଡଯନ୍ତ୍ର : ନିର୍ବାଚନ ସମୟରେ ଚାଷୀଙ୍କ ଧାନ ପ୍ରତି କ୍ବିଣ୍ଟାଲ ରେ ୩୧ ଶହ ଟଙ୍କାରେ କିଣିବା ପାଇଁ ପ୍ରତିଶୃତିକୁ ମୋହନ ମାଝୀଙ୍କ ସରକାର ପାଳନ କରିଥିବାରୁ ସାରା ରାଜ୍ୟରେ ଚାଷୀ ଖୁସି ଅଛନ୍ତି । କିନ୍ତୁ ଖରିଫ ଓ ଚଳିତ ରବି ୠତୁରେ ଧାନ କିଣା ବିକାରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି, ଯେଉଁଥି ପାଇଁ ଚାଷୀ ମହଲରୁ ତହସିଲ ଘେରାଉ, ଜିଲ୍ଲାପାଳ ଅଫିସ ଘେରାଉ ଓ ବିଭିନ୍ନ ରାସ୍ତା ଅବରୋଧ ଅନ୍ଦୋଳନ କରାଗଲା । ବରଗଡ ଜିଲ୍ଲାର ଚାଷୀମାନଙ୍କ ଧାନ ନ କିଣି ମଣ୍ତିରୁ ଧାନ ନ ଉଠାଇ ଛତିଶଗଡରୁ ୧୮ ଶହ ଟଙ୍କାରେ ଧାନ କିଣି ମିଲ ମାନଙ୍କରେ ଭର୍ତ୍ତି କରିଦିଆଗଲା । ଯଦ ଦ୍ୱାରା ଚାଷୀ ମହଲରେ ବ୍ୟାପକ ବିଦ୍ରୋହ ତିଆରି ହୋଇ ସରକାର ବଦନାମ ହେଲେ । ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ଓ ଚାଷୀ ସମାବେଶ ଖୋଦ ରାଗ୍ୟର ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ ଏକଥା ଚେତାବନୀ ଦେଇଥିଲେ । ମିଲର୍ସ – ଖାଦ୍ୟ ଯୋଗାଣ ବିଭାଗ ଆର୍ ଏମ ସି ଅଧିକାରୀ ସମବାୟ ବିଭାଗର ଅଧିକାରୀମାନଙ୍କ ମିଳିତ ଷଡଯନ୍ତ୍ର ଓ ବହୁ ଟଙ୍କା ଲୁଟ କରିବାର ମନୋବୃତ୍ତି ଯୋଗୁଁ ଏ ଭଲି ଘଟଣା ଦେଖାଯାଇଛି । ଚାଷୀ ମାନେ ଶୋଷଣର ଶିକାର ହୋଇଥିବା ବେଳେ ଏ ଅଧିକାରୀ ମାନେ କୋଟି କୋଟି ଟଙ୍କା ଲାଭ ପାଇଲେ । ଚଞ୍ଚକତା କରି ସାରା ଓଡ଼ିଶାରେ ୩ ଲକ୍ଷ ଅଧିକ ଟୋକନ ବିନା ଧାନ ଚାଷରେ ତିଆରି କରି ଏହାର ସହାୟତାରେ ଛତିଶଗଡରୁ ଧାନ କିଣାଗଲା । ପୂର୍ତ୍ତ ବିଭାଗ ପିଡବଲୁଡି : ଗତ ସରକାର ସମୟରେ ପୂର୍ତ୍ତ ବିଭାଗରେ ଯେଉଁ ଅଧିକାରୀ ମାନେ ବରଗଡ ଜିଲ୍ଲାରେ ଥିଲେ ୫ଟିର କାର୍ଯ୍ୟ ହେଉ କିମ୍ବା ରୋଡ ନିର୍ମାଣରେ କୋଟି କୋଟି ଟଙ୍କା ପିସି କାରବାର କରି ମନ୍ତ୍ରୀ, ନେତାଙ୍କ ପ୍ରିୟ ଭାଜନ ହୋଇ ଥିବାବେଳେ ସେହି ଅଧିକାରୀମାନେ ଏବେ ବରଗଡ ଜିଲ୍ଲାରେ ରାଜକୋଷର କୋଟି କୋଟି ଟଙ୍କା ଲୁଟ କରି ଅତି ନିମ୍ନମାନର କର୍ଯ୍ୟ କରି ସରକାରକୁ ବଦନାମ କରିବାରେ ଯୋଜନା ପ୍ରସ୍ତୁତ କରିଛନ୍ତି । ଭଟଲି ଛକ ଫ୍ଲାଏ ଓଭର କାର୍ଯ୍ୟ ୨୦ କୋଟି ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭ ପୂର୍ବରୁ ଲେସ ରେ ଟେଣ୍ଡର ନେଉଥିବା ଠିକାଦାରକୁ ଅଗ୍ରୀମ ୪ % ଅର୍ଥାତ ୮୦ ଲକ୍ଷ ଟଙ୍କା ଦେବାକୁ ଚାପ ପକାଯାଉଛି । ଠିକାଦାର ଏଥିରେ ଅମଙ୍ଗ ଥିବାରୁ ଟେଣ୍ଡର କେନ୍ ସେଲ୍ ପାଇଁ ପୂର୍ତ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଏଠିକାର ପୂର୍ତ୍ତ ବିଭାଗ ଅଧିକାରୀ ରିପୋର୍ଟ ଦେଇଥିବା ଜଣାପଡିଛି । ପୂର୍ତ୍ତ ବିଭାଗରେ ରାଜକୋଶ ଟଙ୍କା କିଭଲି ବର୍ବାଦ କରାଯାଇଛି ଓ ବ୍ୟାପକ ମାତ୍ରାରେ ଅର୍ଥ ଆତ୍ମସାତ କରାଯାଇଛି ତାର କିଛି ନମୁନା ମୁଁ ଆପଣମାନଙ୍କୁ ଦେଉଛି ଓ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରୁଛି । ‘ ହର ଘର ଜଳ ‘ ଯୋଜନାର ଟଙ୍କା ଆତ୍ମସାତ : ପିଇବା ପାଣି ପାଇଁ ଲୋକେ ଛଟପଟ କେନ୍ଦ୍ର ଯୋଜନା ଏଠି ବାଟବଣା ହରଘର ଜଳ ଯୋଜନାରେ କେନ୍ଦ୍ରର ମୋଦୀ ସରକାର ବରଗଡ ଜିଲ୍ଲାକୁ ୩୫୦ କୋଟି ଟଙ୍କା ପାଖପାଖି ଅନୁଦାନ ଦେଇଥିଲେ । ୨୦୧୪ରୁ ଏବେ ପର୍ଯ୍ୟନ୍ତ କିନ୍ତୁ ଏତେ ଟଙ୍କା ଆସିବା ପରେ ମଧ୍ୟ ଠିକାଦାର ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୯୦ ଭାଗ ଜଳ ଯୋଗାଣ ପ୍ରକଳ୍ପ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଏଥିରେ ମନ୍ତ୍ରୀ, ଅଧିକାରୀ, ଠିକାଦାର ମାଲେମାଲ ହୋଇଥିବା ବେଳେ ଗାଁ ଲୋକ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ଟାଟା ପାୱାର ଯୋଗୁଁ ସରକାର ନିନ୍ଦିତ : ବାଳି ମାଫିଆ ଓ ଜିଲ୍ଲା ଖଣି ଅଧିକାରୀଙ୍କ ଦ୍ୱାରା ସରକାର ବରଗଡ ଜିଲ୍ଲାରେ ଅବଦସ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ସମସ୍ତ ବିଷୟ ଅବଗତ କରାଇବା ପାଇଁ ତାଙ୍କୁ ଚିଠି ଲେଖିଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ସମୟ ଆସିଲେ ତାଙ୍କୁ ଭେଟିବି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦିଶା କମିଟି ସଦସ୍ୟ ତଥା ପୂର୍ବତନ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସହ ପଦ୍ମପୁର ବିଧାନସଭା ବିଜେପି ମିଡ଼ିଆ ସେଲ ସଂଯୋଜକ ନିଲାଞ୍ଚଲ ଦରୁଆନ୍ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.