jayashree

ଠିକାଦାରଙ୍କ ବଦଳରେ ଗ୍ରାମ କମିଟିକୁ କାମ ଦେବାପାଇଁ ବାର୍ଡୁଲ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠିକାଦାରଙ୍କ ବଦଳରେ ଗ୍ରାମ କମିଟିକୁ କାମ ଦେବାପାଇଁ ବାର୍ଡୁଲ ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ହୀରାପୁର ଗ୍ରାମ ପଞ୍ଚାୟତର ବାର୍ଡୁଲ ଗ୍ରାମବାସୀ ଜଣାଇଛନ୍ତି ଯେ, ତାଙ୍କ ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଓଡ଼ିଶା ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ଉନ୍ନତି ସକାଶେ ଓଡ଼ିଶା ସରକାରଙ୍କ ତରଫରୁ କିଛି ଅର୍ଥ ମଂଜୁର କରାଯାଇଥିବା ବେଳେ ଏହି କାର୍ଯ୍ୟ ସଂପାଦନ ପାଇଁ ଠିକାଦାରଙ୍କୁ ମନୋନୀତ କରାଯାଇଛି । ତେବେ ଏହି କାର୍ଯ୍ୟ ଯଦି ଠିକାଦାରଙ୍କ ଦ୍ୱାରା ସଂପାଦିତ ହୁଏ, ତେବେ ନିମ୍ନମାନର ହେବା ସହ ଦୀର୍ଘ ସ୍ଥାୟୀ ହୋଇପାରିବ ନାହିଁ । ଏଣୁ ଏସବୁ କାର୍ଯ୍ୟ ବାର୍ଡୁଲ ଗ୍ରାମ କମିଟିକୁ ଦିଆଗଲେ ଉନ୍ନତମାନର କାମ ହୋଇପାରିବ ବୋଲି ସେମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.