oom

କପୁରମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କପୁରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସାତ ଦଶକ ଧରି ଅନବରତ ଶିକ୍ଷାଦାନ ଦେଇ ଆସୁଥିବା ଏହି ବିଦ୍ୟାଳୟର ପରିସର ଭିନ୍ନ ଏକ ସାଂସ୍କୃତିକ ଧାରା ସାଙ୍ଗରେ ପରିଚିତ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ କୁମ୍ଭାର ଶାଳ, କମାର ଶାଳ, କାଠ ନିର୍ମିତ କୃଷି ଉପକରଣ, ଶସ୍ୟ ସଂଗ୍ରହ , ଢ଼ିଙ୍କି ଆଦିର ପ୍ରଦର୍ଶନ ବେଶ ଉପଭୋଗ୍ୟ ହୋଇ ପାରିଥିଲା । ସାଂସ୍କୃତିକ ସଭାରେ କୃତି ଛାତ୍ର ଛାତ୍ରୀଙ୍କ ପୁରସ୍କୃତ କରାଯାଇଥିଲା । ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଜନ ସାଧାରଣଙ୍କୁ ବାନ୍ଧି ରଖିଥିଲା । ଆୟୋଜିତ ପୁରସ୍କାର ବିତରଣ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ସାମ୍ବାଦିକ ଶେଷ ଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ । ବି ଆର ସି ସି ସୁରେନ୍ଦ୍ର ମୋହନ ଯୋଷୀ, ଏ ବି ଇ ଓ ପ୍ରଭାତ ଚନ୍ଦ୍ର ଖମାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ଅଶ୍ରଫ୍ ଅଲ୍ଲୀ, ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ଠାକୁର, ଲଳିତ ମୋହନ ନାଏକ, ସି ଆର ସି ସି ସଞ୍ଜୟ ପଣ୍ଡା, ତାପସ ପଣ୍ଡା, ମାନସ ପଣ୍ଡା, ମନୋଜ ପୁଝାରୀ, ପ୍ରଧାନ ଶିକ୍ଷକ କ୍ଷମା ସାଗର ରାଉତ ପ୍ରମୁଖ ମଞ୍ଚାଷୀନ ଥିଲେ । ପରିଚାଳନା କମିଟି ସଭାପତି ସଦାନନ୍ଦ ପୁଝାରୀ ସଭାପତିତ୍ୱ କରିଥିଲେ । ସି ଆର ସି ସି ସିଦ୍ଧାର୍ଥ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ସର୍ବୋପରି ଜଣେ ମୁକ, ବଧିର ଭିନ୍ନକ୍ଷମ ମୁକୁନ୍ଦ ବର୍ଷ ବର୍ଷ ଧରି ବିଦ୍ୟାଳୟର ସ୍ୱଚ୍ଛତା ପାଇଁ ସ୍ଵେଚ୍ଛାକୃତ ସେବା ଦେଇ ଆସୁଥିବାରୁ ତାଙ୍କୁ ସମସ୍ତ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.