oum

ବାରହା ଆକ୍ରମଣରେ ୭ ଜଣ ଗୁରୁତର ଆହତ

jsm

ଗଞ୍ଜାମ : ବାରହା ଆକ୍ରମଣରେ ୭ଜଣ ଗୁରୁତର ଆହତ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ୍ ସଦର ଥାନା ଅନ୍ତର୍ଗତ ପୋଚିଲି ଗାଁର ଚନ୍ଦ୍ରମଣୀପୁର ଗାଁରେ କିଛି ଲୋକ ନିଜ ନିଜର କ୍ଷେତକୁ ମୁଗ ଆଣିବା ପାଇଁ ଯାଇଥିଲେ । ସେଠାରେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ୭ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ଜୀବନ ଗୌଡ, ସୂର୍ୟ୍ୟ ଗୌଡ, ଶନ୍ତ ବାରିକ, ସୁସୁଲା ଗୌଡ, ସୁଶୁଳା ସ୍ବାଇଁ, ଜୟନ୍ତୀ ଜେନା ଏବଂ ପ୍ରିୟଙ୍କା ବିଶୋୟୀ ।ଆହତଙ୍କୁ ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.