କଟକ, (କେପିଏନ୍ଏସ୍) : କଟକ ସାଲେପୁର ବାର ଆସୋସିଏସନ୍ର ନୂତନ ଗୃହର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଯୋଗଦେଇ ନିର୍ମାଣ ହେବାକୁ ଯାଉଥିବା ନୂତନ ଗୃହର ଶିଳାନ୍ୟାସ କରିଥିଲେ । ମୁଖ୍ୟ ବିଚାରପତିଙ୍କ ସହ ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ଏବଂ ଜିଲ୍ଲା ଦଉରା ଜଜ୍ ଶିତି କଣ୍ଠ ସାମଲଙ୍କ ସହ ସାଲେପୁର କୋର୍ଟର ସମସ୍ତ ବିଚାରପତି, ଆଇନଜୀବୀମାନେ ଉପସ୍ଥିତ ରହିଥିଲେ । ତେବେ ବହୁ ଦିନର ପ୍ରତୀକ୍ଷା ପରେ ସାଲେପୁର କୋର୍ଟକୁ ଲାଗି ୨ କୋଟି ୫୬ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ବାର ଆସୋସିଏସନ୍ ଗୃହ ନିର୍ମାଣ ହେବ । ଏଥି ପାଇଁ ଦୀର୍ଘ ଦିନ ହେବ ଆଇନଜୀବୀମାନେ ଦାବି କରି ଆସୁଥିଲେ ଏବେ ଏହା ପୂରଣ ହୋଇଥିବାରୁ ସାଲେପୁର ବାର ଆସୋସିଏସନ୍ର ସଭାପତି କୃତଜ୍ଞତା ଜଣାଇଛନ୍ତି ।