ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଘେଁସ ବନାଞ୍ଚଳ ଅଫିସ ଆନୁକୁଲ୍ୟରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନବିଭାଗ ତରଫରୁ ପୂର୍ଣ୍ଣଚନ୍ଦ୍ର ଦୋରା, ସୁଶାନ୍ତ ଦାଶ, ଅବସର ପ୍ରାପ୍ତ ଶିକ୍ଷକ ବ୍ୟାସଦେବ ପଣ୍ଡା , ପ୍ରକୃତି ବନ୍ଧୁ ମୀନକେତନ ସାହୁ ପ୍ରଭୃତି ଅତିଥିଭାବେ ଯୋଗ ଦେଇଥିଲେ । ଦୋରା ଜଳ, ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷା ବିଷୟରେ ନିଜର ବକ୍ତବ୍ୟ ରଖିଥିବା ବେଳେ ପ୍ରକୃତିବନ୍ଧୁ ମୀନକେତନ ସାହୁ ପରିବେଶ ସୁରକ୍ଷା କରିବାରେ ଛାତ୍ରଛାତ୍ରୀ ଏବଂ ମନୁଷ୍ୟ ସମାଜର ଭୂମିକା ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବନ୍ୟପ୍ରାଣୀ ଉପରେ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଶିକ୍ଷକ ଗୁପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଅଶୋକ ଗଛରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଆଶିଷ କୁମାର ବିଶି, ଶେଫାଳୀ ପାତ୍ର, ରଶ୍ମୀରେଖା ପ୍ରଧାନ, ତରଣିସେନ ଭୂଏ ସହ ଅନ୍ୟମାନେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.