
ସମ୍ବଲପୁର : ବାଜିଲା ସାଇରନ୍, ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷ ପ୍ରଥମ ବନ୍ୟା ଜଳ । ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ଆଉ ମହାନଦୀ ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସୂଚନା ମୁତାବିକ, ରବିବାର ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ନଦୀବନ୍ଧର ବାମପାଶ୍ୱର୍ ଅର୍ଥାତ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍ୱେକୁ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ୧୨ଟି ଗୋଟ୍ ଖୋଲା ଯିବ। ବାମ ପାଶ୍ୱର୍ ୪ଟି, ଡାହଣ ପାଶ୍ୱର୍ରୁ ୮ଟି ଗେଟ୍ ଖୋଲାଯିବ । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ୬୦୮.୩୧ ଫୁଟ୍ ଛୁଇଁଥିବା ଜଣାପଡିଛି । ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଦ୍ରୁତଗତିରେ ଭର୍ତ୍ତି ହେଉଛି ଜଳଭଣ୍ଡାର । ପ୍ରତି ସେକେଣ୍ଡରେ ୧ ଲକ୍ଷ ୨୪ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି ।