ସାବଧାନ୍‌, ପାଟଣାଗଡ଼ ସହରରେ ବୁଲୁଛି ବଣୁଆ ଦନ୍ତା ହାତୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ସହରରେ ବୁଲୁଛି ବଣୁଆ ଦନ୍ତା ହାତୀ । ଏଭଳି ଏକ ଖବର ପହଂଚିଛି । ସୂଚନା ଅନୁସାରେ ଆଜି ଭୋର୍‌ ସକାଳୁ ପାଟଣାଗଡ଼ ବଥର୍ଲା ଛକ ବ୍ରହ୍ମପୁରା ଭିତର ଦେଇ ବରପଦର ରାସ୍ତାରେ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଲୋକେ ଦନ୍ତା ହାତୀକୁ ସ୍ପଷ୍ଟ ଭାବେ ଦେଖିଥିବା କହିଛନ୍ତି । ଦନ୍ତାହାତୀର ଲମ୍ବା ଲମ୍ବା ଦାନ୍ତ ଦେଖିଲେ ଯେକେହିବି ଭୟଭୀତ ହୋଇପଡ଼ିବେ ବୋଲି ଲୋକେ କୁହାକୁହି ହେଉଛନ୍ତି । ପାଟଣାଗଡ଼ ବନବିଭାଗ କର୍ମଚାରୀ ମଧ୍ୟ ଦନ୍ତା ହାତୀର ଗତିବିଧିକୁ ନିରୀକ୍ଷଣ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.