ଯୁବା ପ୍ରତାପୀ ସେନା ପକ୍ଷରୁ କୁଆସ୍‌ ପାଣି ଓ କଦଳୀ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଡହ ଡହ ଜଳୁଛି ବଲାଙ୍ଗିର ସହର । ଏତେ ଭୀଷଣ ତାତିରେ ଘଡିକୁ ଘଡି ଶୁଖି ଯାଉଛି ତଣ୍ଟି । ଏଭଳି ଅବସ୍ଥାକୁ ଦୃଷ୍ଟିରେ ରଖି ରାସ୍ତାରେ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ଆଜି ସ୍ଥାନୀୟ ଗାନ୍ଧୀ ପାଠାଗାର ନିକଟରେ ଯୁବା ପ୍ରତାପୀ ସେନା ପକ୍ଷରୁ କୁଆସ୍‌ ପାଣି ଓ କଦଳୀ ବଂଟନ କରାଯାଇଛି । ଏଥିପାଇଁ ବୁଦ୍ଧିଜୀବୀ ମହଲରେ ଯୁବା ପ୍ରତାପୀ ସେନାକୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

error: Content is protected !!