ଜାଗୃତି ଚେରିଟେବଲ ଫାଉଣ୍ଡେସନ ତରଫରୁ ଦହି ପଣା ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ଆଜି ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି । ଏହାକୁ ପାଥେୟ କରି ଜ୍ୟେଷ୍ଠ ଅମାବାସ୍ୟା ଦିନ ଯୁବକମାନଙ୍କ ଉଦ୍ୟମରେ ଗଠିତ ଜାଗୃତି ଚେରିଟେବଲ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଅବସରରେ କଣ୍ଟାବାଞ୍ଜିଠାରେ ଜନସାଧାରଣଙ୍କୁ ଦହି ପଣା ବଣ୍ଟନ କରାଯାଇଥିଲା । ଜଳ ହିଁ ଜୀବନ ତେଣୁ ଖରାମାସ ସାରା ବାଟୋଇମାନଙ୍କୁ ପଣା ପାଣିର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ଫାଉଣ୍ଡେସନ ତରଫରୁ ଗରିବ ଅସହାୟମାନଙ୍କର ସେବା ସହିତ ରକ୍ତଦାନ ଶିବିର କରିବାକୁ ସମସ୍ତ ସଦସ୍ୟ ସଂକଳ୍ପବଦ୍ଧ ବୋଲି ପ୍ରତିଷ୍ଠାତା ସଭ୍ୟ ଶିବ ମେହେର ଜଣାଇଛନ୍ତି । ଏହି ମହାନ କାର୍ଯ୍ୟରେ ସଭାପତି ଯୋଶନ ହେର୍ଣା, ଉପ ସଭାପତି ପିୟୁଷ ଚିରାଙ୍ଗୁନ, କୋଷାଧ୍ୟକ୍ଷ ଅମିତ କୁମାର ଭୋଇ, ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶ, କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ସମାଜସେବୀ ବନ୍ଧୁଗଣ ତଥା ସଭ୍ୟ ସନ୍ତୋଷ ତାଣ୍ଡି, ରବି ଶର୍ମା, ଦୀପକ ସେଠ, ମନୁ ବାଗ, ସନ୍ତୋଷ ମିଶ୍ର, ସୁରଜ ନିଆଲ, ରବି ବନଛୋର, ଆଲୋକ ରଞ୍ଜନ ଲୁହାର, ଲିକୁ ପ୍ରଧାନ, କିଶୋର ବନଛୋର, କୁଶ ଠେଲା, ଗୁଣ ମାଝୀ, ପ୍ରମୋଦ ମହାନନ୍ଦ, ସୁରଜ ଖର୍ସେଲ ସହଯୋଗ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ଆଗାମୀ ଦିନରେ ଜନ କଲ୍ୟାଣ କାମ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।

Leave A Reply

Your email address will not be published.