oom

ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ କାଉନସିଲର କାଉନସିଲରଙ୍କ ମଧ୍ୟରେ ତୁ ତୁ… ମେ ମେ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ମଧ୍ୟରେ ପିଡିଏସ୍‌ ଚାଉଳ ବଣ୍ଟନକୁ ନେଇ ବଲାଙ୍ଗିର ପୌର ପରିଷଦର କାଉନସିଲର କାଉନସିଲରଙ୍କ ମଧ୍ୟରେ ତୁ ତୁ…ମେ ମେ ଅବସ୍ଥା ଦେଖିବାକୁ ମିଳିଛି । ୧୫ ନଂ ୱାର୍ଡର କାଉନସିଲର ମହେନ୍ଦ୍ର ବାଗ ତାଙ୍କ ୱାର୍ଡର ହିତାଧିକାରୀଙ୍କ ପାଇଁ ନିଜ ୱାର୍ଡରେ ପିଡିଏସ୍‌ ଚାଉଳ ବଣ୍ଟନ ପାଇଁ ଦାବୀ କରିବା ସହ ବର୍ତ୍ତମାନ ପିଡିଏସ୍‌ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଶ୍ୟାମା ଏସ୍‌ଏଚ୍‌ଜି ଗ୍ରୁପ୍‌ ନାମରେ ଦୁର୍ନୀତି ଅଭିଯୋଗ ରହିଥିବା ପ୍ରକାଶ କରିଛନ୍ତି । କିନ୍ତୁ ୧୬ ନଂ. ୱାର୍ଡର କାଉନସିଲର ସନ୍ତୋଷିନୀ କୁଅଁର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ଶ୍ୟାମା ଏସ୍‌ଏଚ୍‌ଜି ଗ୍ରୁପ୍‌ ନାମରେ ମିଥ୍ୟା ଅଭିଯୋଗ କରାଯାଇଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ୧୫ ନମ୍ବର ୱାର୍ଡର କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌ ତାଙ୍କ ୱାର୍ଡରେ ପିଡିଏସ୍‌ ଚାଉଳ ବଂଟନ ଦାୟିତ୍ୱ ନେବାକୁ ମ୍ୟୁନିସିପାଲିଟି ଘେରାଉ କରିଥିବା ଦେଖିବାକୁ ମିଳିଛି । ଅଭିଯୋଗକୁ ଭିତ୍ତି କରି ପୌର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

jittmm
Leave A Reply

Your email address will not be published.