ସିଆରପି ମହିଳା ତପସ୍ୱିନୀ ମେହେରଙ୍କ ଦ୍ୱାରା ଗର୍ବବତୀ ଓ ପ୍ରସୂତି ମହିଳାମାନଙ୍କୁ ଛତୁଆ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଇଛାପଡା ପଞ୍ଚାୟତର ଭଣ୍ତାରବାଜୀ ଗାଁର ଜଣେ ସିଆରପି ମହିଳା ତପସ୍ୱିନୀ ମେହେର ଘର ଘର ବୁଲି ଗର୍ବବତୀ ଓ ପ୍ରସୂତି ମହିଳାମାନଙ୍କୁ ଛତୁଆ ଓ ଶୁଖିଲା ଖାଦ୍ୟ ବାଣ୍ଟିବାର ଦେଖିବାକୁ ମିଲିଥିଲା । ଏହା ହେଉଛି ଅଙ୍ଗନୱାଡି କର୍ମୀମାନଙ୍କର କାମ କିନ୍ତୁ କିଛି ମାସ ହେବ ଅଙ୍ଗନୱାଡି କର୍ମୀମାନେ ତାଙ୍କର କିଛି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପାଖେ ଆନ୍ଦୋଳନରେ ବସିଛନ୍ତି । ତାହା ଜିଲ୍ଲା ପ୍ରଶାସନ ମିଶନ ଶକ୍ତି ଓଏଲ୍‌ଏମ୍‌ମାନଙ୍କୁ ଏହି ଦାୟିତ୍ୱ ଦେଇଥିଲା । ପ୍ରତ୍ୟେକ ପଞ୍ଚୟତରେ ଏମ୍‌ବିକେ, ସିଆରପି ମାନେ କାମ କରୁଛନ୍ତି । ଏହି ଅଙ୍ଗନୱାଡି କର୍ମୀମାନଙ୍କର କାମ ଏବେ ସିଆରପିମାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଇଛାପଡା ପଞ୍ଚାୟତର ଭଣ୍ତାରବାଜୀ ଗାଁ ଜଣେ ସିଆରପି ମହିଳା ନିଜ ଗାଁର ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କର ଘର ଘର ଯାଇ ଛତୁଆ ବାଣ୍ଟୁଛନ୍ତି । ତାଙ୍କର ଏହି କାମକୁ ଅଞ୍ଚଳରେ ଦେଖିବାକୁ ମିଲିଥିଲା । ସିଆରପିଙ୍କ କହିବା ଅନୁସାରେ, ଏହି କାମ ଯଦି ପ୍ରତ୍ୟେକ ଅଙ୍ଗନୱାଡି କର୍ମୀ କରନ୍ତି ତାହା ହେଲେ ସମସ୍ତ ଗର୍ଭବତୀ ଓ ପ୍ରସୂତି ମହିଳାମାନେ ଉପକୃତ ହେବେ । ଏହି ସିଆରପି ମହିଳାଙ୍କ କାମକୁ ଦେଖି ଅଞ୍ଚଳବାସୀ ବହୁତ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.

error: Content is protected !!