oom

ଜୟ ବୁଢା ଡଙ୍ଗର ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଶୀତକାଳୀନ କମ୍ବଳ ବଣ୍ଟନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଇଦିପାଲି ଅନ୍ତର୍ଗତ କାଳିଝରନ ଗ୍ରାମଠାରେ ଗ୍ରାମରେ ରହୁଥିବା ନିଃସହାୟ ବୃଦ୍ଧ ବୃଦ୍ଧା, ଦୁର୍ବଳ, ବିଧବା ମହିଳା, ଗରିବ ଶ୍ରେଣୀ ଆଦି ପରିବାର ରହୁଥିବା ଲୋକମାନଙ୍କୁ ଜୟ ବୁଢା ଡଙ୍ଗର ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଶୀତକାଳୀନ କମ୍ବଳ ବଣ୍ଟନ କରାଯାଇଛି । ଉକ୍ତ କମ୍ବଳମାନ କଲେଜ ଛକ ନିକଟସ୍ଥ ଜଣେ ସମାଜପ୍ରେମୀ ଶ୍ରୀ ରଣା ବଡ଼ଦିନ ଅବସରେ ଏକ ଉପହାର ସ୍ୱରୂପ କମ୍ବଳ ପ୍ରଦାନ କରି ଉଦାହରଣ ସୃଷ୍ଟି କରି ପାରିଥିଲେ । ସଙ୍ଗଠନ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରି ଧନ୍ୟବାଦ ଅର୍ପଣ କରାଯାଇଥିଲା । ସଙ୍ଗଠନ ତରଫରୁ ମଧ୍ୟ କମ୍ବଳ ବିତରଣ ବ୍ୟବସ୍ଥା କରାଯାଇଥିଲା । ଏଣୁ ଉକ୍ତ କମ୍ବଳ ବଣ୍ଟନ ପ୍ରଦାନ କରିବାରେ ସକ୍ରିୟ ଥିବା ସମସ୍ତ ସଭ୍ୟ ସଭ୍ୟାମାନେ ଉପସ୍ଥିତ ରହି ଅନୁଷ୍ଠାନର ମୁଖ୍ୟ ରୋହିତ ସାହୁ ପ୍ରଥମେ ବିତରଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନ୍ୟତମ ସମାଜପ୍ରେମୀ ପ୍ରଫୁଲ୍ଲ କୁମାର ବଢିଆ, ଭବାନୀ ଶଙ୍କର ସାହୁ, ଦୀନ ବନ୍ଧୁ ରାଉତ, ଲିଙ୍ଗ ରାଜ ବାଗ, ବୟୋଜ୍ୟେଷ୍ଠ ବ୍ୟକ୍ତି ଗୋଲକ ରାଉତ, ଟଙ୍କ ଧର ଭୁଏ, ସୁଦନ ଭୋଇ, ଅନାଦି ସାହୁ, ଶିବ ଶଙ୍କର ସାହୁ, ହରିବନ୍ଧୁ ରାଉତ, ଶ୍ରୀମତୀ ସତ୍ୟଭାମା ରାଉତ, ଶ୍ରୀମତୀ କିଶୋରୀ ବଗର୍ତ୍ତୀ, ଶ୍ରୀମତୀ ଗହଳ ରାଉତ, ସମୀର ସୁନା, ସହଦେବ ଧରୁଆ ଆଦି ସଭ୍ୟ ସଭ୍ୟା ଉପସ୍ଥିତ ରହି ସମସ୍ତ ହିତାଧିକାରୀମାନଙ୍କ ଗୃହକୁ ଯାଇ ଶୀତକାଳୀନ କମ୍ବଳ ବଣ୍ଟନ କରାଯାଇଥିଲା । ଉକ୍ତ କମ୍ବଳ ବଣ୍ଟନ ଅଭିଯାନକୁ ପ୍ରତିବର୍ଷ ଚାଲୁ ରଖିବା ପାଇଁ ସମସ୍ତେ ଦୃଢ ପ୍ରତିଶ୍ରୁତିବଦ୍ଧ ହୋଇ ସଂକଳ୍ପ ପୂର୍ବକ ସମସ୍ତ ସ୍ଵେଚ୍ଛାସେବୀମାନଙ୍କୁ ପ୍ରଫୁଲ୍ଲ କୁମାର ବଢିଆ ଧନ୍ୟବାଦ ଦେଇ ଏହି ବିତରଣ କାର୍ଯ୍ୟକୁ ସମାପ୍ତ କରିଥିଲେ ।

jittmm
Leave A Reply

Your email address will not be published.