ଯୁବ ସମାଜସେବୀଙ୍କ ଦହି ସରବତ ବଣ୍ଟନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରର ଯୁବ ସମାଜ ସେବୀ ରଶ୍ମି ରଞ୍ଜନ ପ୍ରହରାଜ ଖରା ସମୟରେ ଲୋକଙ୍କ ପାଇଁ ଦହି ସରବତ ବଣ୍ଟନ କରିଥିଲେ । ପ୍ରତିବର୍ଷ ବିଭିନ୍ନ ସମୟରେ ବିଭିନ୍ନ ସମାଜସେବାରେ ନିଜକୁ ସାମିଲ୍ କଲେ ଆତ୍ମତୃପ୍ତି ମିଳେ ବୋଲି ଶ୍ରୀ ପ୍ରହରାଜ କହିଛନ୍ତି । ଚାଳିଶ ଡିଗ୍ରୀ ଉପରେ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ ଏହି ସେବା ପାଇଁ ଲୋକେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପ୍ରାୟ ଦୁଇଶହରୁ ଅଧିକ ଲୋକ ଏହି ସେବା ପାଇଛନ୍ତି ।

Leave A Reply

Your email address will not be published.