ବଲାଙ୍ଗିର ୧୮୯ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ଶାନ୍ତିପଡା ସ୍କୁଲରେ ପୋଲିଓ ବୁନ୍ଦା ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ୧୮୯ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ଶାନ୍ତି ପଡା ସ୍କୁଲରେ ପୋଲିଓ ବୁନ୍ଦା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୋର୍ଯ୍ୟ, ସୁରେଶ ଜୀ ଏବଂ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରଘୁନାଥ ରାମଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ ସଂପନ୍ନ ହୋଇଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବିଭିନ୍ନ ସମୟରେ ବଲାଙ୍ଗିର କେନ୍ଦ୍ରୀୟ ପୋଲିସ ବଳ ପକ୍ଷରୁ ବହୁ ଜନହିତକର କାର୍ଯ୍ୟ କରାଯାଉ ଥିବାରୁ ସାଧାରଣରେ କେନ୍ଦ୍ରୀୟ ପୋଲିସ ବଳକୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.