ପୂର୍ବତନ ନଗରପାଳ ସ୍ୱର୍ଗତ ସତ୍ୟବାନ ଅଗ୍ରୱାଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ପଦ୍ମପୁର ହସ୍ପିଟାଲରେ ଫଳ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ତଥା ପୂର୍ବତନ ନଗରପାଳ ସ୍ୱର୍ଗତ ସତ୍ୟବାନ ଅଗ୍ରୱାଲଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭାରତୀୟ ଜନତା ପାର୍ଟି ତରଫରୁ ନଗର ସଭାପତି ପ୍ରମୋଦ ମେହେରଙ୍କ ନେତୃତ୍ୱରେ ପଦ୍ମପୁର ହସ୍ପିଟାଲରେ ଫଳ ବଣ୍ଟନ କରାଯାଇଥିଲା । ସ୍ୱର୍ଗତ ଅଗ୍ରୱାଲ ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ପଦ୍ମପୁର ନଗରପାଳ ଦାୟିତ୍ୱ ତୁଲାଇଥିବା ବେଳେ ଦୁଇ ଥର କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ । ସେ ଭାଜପାର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଆଜିର ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଭୋଏ, ପ୍ରିତମ ମେହେର, ରମେଶ ଅଗ୍ରୱାଲ, ଜିଲ୍ଲା ପରିଷଦ ସଦସ୍ୟା ସରସ୍ୱତୀ ସାହୁ, ସାମଲ ଦାଶ, ପ୍ରଦୀପ ଦାଶ, ସୁବାସ ପାତ୍ର, ଅଶୋକ ମିଶ୍ର, ସରୋଜ ମିଶ୍ର, ହରି ଶଙ୍କର ସିଂହ, ସୁନୀଲ ଅଗ୍ରୱାଲ, ଅଶୋକ ସାହୁ, ପିଣ୍ଟୁ ପାଢ଼ୀ, ନରୋତ୍ତମ ପ୍ରଧାନ, ସୁରେଶ ସାହୁ, ହରେଶ ଷାଣ୍ଢ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.