ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଲାଗି ନିମନ୍ତ୍ରଣ ପତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଶିକ୍ଷା ନୀତି ଅଧୀନରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଏପ୍ରିଲ ୫ ତାରିଖ ମଧ୍ୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଅନୁଷ୍ଠିତ ହେବ । ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ର କୁନି ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଠେଇଥିବା ସ୍ନେହର ନିମନ୍ତ୍ରଣ ପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ଏଡିଇଓ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ବଲାଙ୍ଗିର ବିଇଓ ନୀଳମଣି ପଟେଲ, ଏବିଇଓ ସନ୍ଧ୍ୟାରାଣୀ ଧରୁଆ, ସିଆର୍‌ସିସି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ସ୍ଥାନୀୟ ଗାନ୍ଧୀନଗର ପଡା ଅଙ୍ଗନୱାଡି କେନ୍ଦ୍ର ନିକଟରେ ଥିବା ଘରକୁ ଘର ଯାଇ ଅଭିଭାବକ ମାନଙ୍କୁ ଦେଇଥିଲେ । ଖଡ଼ି ଛୁଇଁ ପିଲାମାନେ ପାଠ ପଢା ଆରମ୍ଭ କରିବେ । ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବ ସେ ସମ୍ବନ୍ଧୀୟ ସୂଚନା ଦେବା ସହ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା କିପରି ଦିଆଯାଉଛି ସେ ବିଷୟରେ ଅଭିଭାବକଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଡିପିସି କାର୍ଯ୍ୟାଳୟର ଦେବେଶ ମିଶ୍ର, ଗୋପାଳ ମିଶ୍ର, ପ୍ରାକ୍ଟିସିଂ ସ୍କୁଲର ଶିକ୍ଷୟିତ୍ରୀ ଯୋଗମୟୀ ଗେଜୋ ଓ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସିନ୍ଧୁ ବାଗ ସହଯୋଗ କରିଥିଲେ ।

Leave A Reply

Your email address will not be published.