ବଙ୍ଗୋମୁଣ୍ଡାରେ ଖଡିଛୁଆ ଓ ପ୍ରବେଶ ଉତ୍ସବ ପାଇଁ ଆମନ୍ତ୍ରଣ ପତ୍ର ବଣ୍ଟନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଆସନ୍ତା ଖଡିଛୁଆ ଓ ପ୍ରବେଶ ଉତ୍ସବକୁ ସଫଳ କରିବା ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଦ୍ୱାରା ବାଲ ବାଟିକା ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକମାନଙ୍କୁ ଆମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସାନ୍ତନୁ କୁମାର ପଢିଆରି, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଅରୁଣ କୁମାର ଯୋଶୀ ଓ ସୋମନାଥ ମଙ୍ଗରାଜ,ସିଆରସିସି ଜିତାମିତ୍ର ବିଶି ସହିତ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଙ୍ଗୋମୁଣ୍ଡାର ପ୍ରଧାନ ଶିକ୍ଷକ ହରେରାମ ଶତନାମୀ ଓ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ସକ୍ରିୟ ସହଭାଗିତା ଓ ଉତ୍ସାହ ମଧ୍ୟରେ କାର୍ଯ୍ୟକ୍ରମଟି ସଫଳଭାବେ ସମ୍ପନ୍ନ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ମୁଖୀ କରିବା ସହିତ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବାରେ ଏହି ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.