ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯକ୍ଷ୍ମାରୋଗର ନିରାକରଣ ନିମନ୍ତେ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ ସାଂଗକୁ ପ୍ରତିକାର ବ୍ୟବସ୍ଥା ଦିଗରେ ବହୁଳ ପଦକ୍ଷେପ ଗ୍ରହଣ କରାଯାଇ ଆସୁଅଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓସ୍କୋମ୍ ସୌଜନ୍ୟରେ ଯକ୍ଷ୍ମାରୋଗର ନିରାକରଣ ନିମନ୍ତେ ଟିବି ରୋଗୀମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଅବସରରେ ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ଆଲେଖ ପ୍ରଧାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ହସ୍ପିଟାଲ୍ ଅଧୀକ୍ଷକ ଶ୍ରୀ ପ୍ରଧାନ କହିଛନ୍ତି ଶରୀର ସୁସ୍ଥ ରହିବାକୁ ହେଲେ ପ୍ରଚୁର ମାତ୍ରାରେ ପୃଷ୍ଟିକର ଖାଦ୍ୟ ଖାଇବା ଉଚିତ ବୋଲି ସଚେତନତା କରି କହିଛନ୍ତି । ତାହାହେଲେ ପ୍ରତ୍ୟେକ ମଣିଷର ଶରୀର ହୃଷ୍ଟପୃଷ୍ଟ ଓ ଶକ୍ତ ହୋଇପାରିବ । ଏଥି ସହିତ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ ଯୋଗଦେଇ ରୋଗୀ ମାନଙ୍କୁ ସଚେତନତା ରହି ଔଷଧ ଖାଇବା ଆବଶ୍ୟକ ବୋଲି କହିଥିଲେ । ବରିଷ୍ଠ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ ବିଭିନ୍ନ ରୋଗର ଲକ୍ଷଣ ଓ ତାର ପାଦୃଭାବ ଉପସ୍ଥାପନା କରିଥିଲେ । ହସ୍ପିଟାଲ ମ୍ୟାନେଜର ଗଣେଶ ନାହାକ, ଧନ୍ୟବାଦ୍ ଅର୍ପଣ କରି ସଭା ସମାପନ କରିଥିଲେ । ଯକ୍ଷ୍ମା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।