ପବିତ୍ର ରଥଯାତ୍ରା ଉପଲକ୍ଷେ ଭକ୍ତମାନଙ୍କୁ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସ୍କାଉଟ ଗାଇଡ ତରଫରୁ ଜିଲ୍ଲାର ଦୈନିକ ବଜାର ଠାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ଭକ୍ତମାନଙ୍କୁ ଦହିପାଣି ବଣ୍ଟନ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଜିଲ୍ଲା ସ୍କାଉଟ ଓ ଗାଇଡ ସମ୍ପାଦକ ପ୍ରଦୀପ ପାତ୍ରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରା ଓ ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ପଢିହାରୀ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର, ପ୍ରଧାନ ଆଚାର୍ଯ୍ୟ ସୁବ୍ରତ ବେହେରା, ପୂର୍ବତନ ସ୍କାଉଟ କମିସନର ନୀଳାଞ୍ଚଳ ଚିର୍ଗୁନ, ଅଙ୍ଗିରା ସାହୁ, ରଂଜିତା ମିଶ୍ର, ଜ୍ୟୋତି ମହାନନ୍ଦ, ଜୟ ଶ୍ରୀ ପୋଢ଼, ସୁଦର୍ଶନ ନାୟକ, ଅନିଲ ସରଭଙ୍ଗ, ମନୋରଞ୍ଜନ ହୋତା, ଚନ୍ଦ୍ର ମେହେର, ଜେଆରସିଓ ବିକାଶ ସାହୁ, ସୁଶାନ୍ତ ନାଗ, ସୁଜାତା ପୁରୋହିତ, ରିତୁପ୍ରିୟା ନନ୍ଦ, ସୌରଭ ପ୍ରଧାନ, ବ୍ରାହ୍ମଣୀ ଦୀପ, ରଂଜିତ ମିଶ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନଙ୍କ ସମେତ ପି ପି ଏକାଡେମୀ ହାଇସ୍କୁଲ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, କଦମପଡା ଶିଶୁ ମନ୍ଦିର, ଲିଟିଲ ଫ୍ଲାୱାର ସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ଯୋଗଦେଇ ଏହି ଦହିପାଣି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବଲାଙ୍ଗିର ଜ଼ିଲ୍ଲାର କଣ୍ଟାବାଞ୍ଜି ଓ ପାଟଣାଗଡଠାରେ ମଧ୍ୟ ଦହି ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.