
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ତଥା ଆଧ୍ୟାତ୍ମିକ ଅନୁଷ୍ଠାନ ନିଜର ସାମାଜିକ ପ୍ରତିବଦ୍ଧତାକୁ ବଜାୟ ରଖି ପ୍ରତ୍ୟେକ ରବିବାର ଦିନ ୭/୧୭ ଛକରେ ପଣା ବଣ୍ଟନ କରାଯାଇଥାଏ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓ ଏହାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ପକ୍ଷରୁ ଏପ୍ରିଲ ମାସ ପହିଲାରୁ ଏପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ପଥଚାରୀ ଙ୍କ ପାଇଁ ପଣା ବଣ୍ଟନ କରାଯାଉଛି । ଏହି କାର୍ଯ୍ୟକ୍ରମ ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଅନୁଷ୍ଠାନର ସଭାପତି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ଆବାହକତ୍ଵରେ ଆୟୋଜିତ ଆଜିର ଏହି ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବିଶିଷ୍ଟ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ଓ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମିଳିତ ଭାବେ ଉଦଘାଟନ କରି ପଥଚାରୀଙ୍କୁ ପଣା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମକୃଷ୍ଣ ତ୍ରିପାଠୀ, ଜଗନ୍ନାଥ ରାଉତ, ବିଭୁ ନାୟକ, ଅରବିନ୍ଦ ଦାସ, ପ୍ରିୟବ୍ରତ ସାମଲ, ସସ୍ମିତା ପ୍ରଧାନ, ଗଙ୍ଗାଧର ପୁହାଣ, ଗିରିଧାରୀ ସ୍ୱାଇଁ ଓ ଡିଭାଇନ ଲାଇଫର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ସହସ୍ରାଧିକ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଥିଲା ।