ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ ସହ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ଭୋଇ ରକ୍ତଭଣ୍ଡାରରେ ୨ ୟୁନିଟ ରକ୍ତଦାନ କରାଗଲା । ଆଜି ଦିନରେ ରକ୍ତଦାନ କରି ଜନ୍ମ ଦିନ ପାଳନ କରିବାକୁ କିଛି ଯୁବକ ଆଗେଇ ଆସିଛନ୍ତି । ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟ ସଇଁନ୍ତଲା ବ୍ଲକ କନ୍ଧକେଲ ଗ୍ରାମର କେରଲମାଲ ଗଡତ୍ୟା ତାଙ୍କ ଜନ୍ମଦିନରେ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଭଣ୍ଡାରରେ ରକ୍ତଦାନ କରିଛନ୍ତି । ଠିକ୍ ସେହି ସମୟରେ ଲୋଇସିଂହା ବ୍ଲକ ବୁଢିପଦର ଗ୍ରାମର ସୁମିତ୍ରା ସିଂହରାୟଙ୍କୁ ଦେଓଗାଁ ବ୍ଲକ ଯୁବ କୁଲୁତା ସମାଜ ସହ ସଂପାଦକ ଉମେଶ ନାଏକ ବଲାଙ୍ଗିର ଭୀମଭୋଇ ହସ୍‌ପିଟାଲ୍‌ରେ ରକ୍ତଦାନ କରିଛନ୍ତି । ରକ୍ତଦାନ ପରେ ଉଭୟଙ୍କୁ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଚାରା ବଣ୍ଟନ କରାଯାଇଥିଲା । ରକ୍ତଦାନ ସମୟରେ ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ, ରକ୍ତଭଣ୍ଡାର ଇନ୍‌ଚାର୍ଜ ନରେଶ ମିଶ୍ର, ଅନିଲ ପ୍ରଧାନ, ଗଙ୍ଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଯୁବ ସମାଜ ନିଜ ଜନ୍ମ ଦିନରେ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ ବୋଲି ସଂଗଠନ ତରଫରୁ ଆହ୍ୱାନ କରାଯାଇଛି । ଯୁବ କୁଲୁତାର ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମାହୋଲରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.