shyamal

ରଥଯାତ୍ରାରେ ସିଟିଜେନ୍‌ ସେଣ୍ଟ୍ରିକ୍‌ ସର୍ଭିସେସ୍‌ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଶୁଖିଲା ଖାଦ୍ୟ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆନ୍ତର୍ଜାତିକ ଶିକ୍ଷା ନିଯୁକ୍ତି ଓ ଶସକ୍ତିକରଣ ପରିଷଦ ଦ୍ୱାରା ଅନୁମୋଦିତ ଅନୁଷ୍ଠାନ ସିଟିଜେନ୍‌ ସେଣ୍ଟ୍ରିକ୍‌ ସର୍ଭିସେସ୍‌ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସ୍ୱାସ୍ଥ୍ୟ ଶିବିରଟି କିମ୍ସ ଭୁବନେଶ୍ୱରର ଅଭିଜ୍ଞ ଡାକ୍ତର ଓ ନର୍ସ ମାନଙ୍କୁ ନେଇ ପରିଚାଳିତ ହୋଇଥିଲା । ଜନ ଗହଳିପୂର୍ଣ୍ଣ ବଡ଼ଦାଣ୍ଡରେ ଆହତ ଭକ୍ତ ମାନଙ୍କୁ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ରୋଗୀ ମାନଙ୍କର ପ୍ରାଥମିକ ଚିକିତ୍ସା ନିମନ୍ତେ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଆମ୍ବୁଲାନ୍ସ ସେବା ଯୋଗେ ବଡ଼ଦାଣ୍ଡରୁ ଗୁରୁତର ଭାବେ ଅସୁସ୍ଥ ଭକ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜରୁରୀକାଳୀନ ସ୍ଥାନାନ୍ତର କରାଯାଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା ଉଭୟ ଉତ୍କଳ ହିନ୍ଦୀ ବିଦ୍ୟାଳୟ ଓ ପାର୍କିଂ ସ୍ଥଳଠାରେ ଭକ୍ତ ମାନଙ୍କୁ ବିସ୍କୁଟ୍‌, ପାଣି ବୋତଲ, ପ୍ୟାକେଟ୍‌ ଜୁସ୍‌ ଓ ଗ୍ଲୁକୋଜ ବଣ୍ଟନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମ ଦ୍ୱୟକୁ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ ତ୍ରିପାଠୀ ଓ ରାଜ୍ୟ ସଂଯୋଜକ ପଦ୍ମ ଲୋଚନ ମହାପାତ୍ର ପରିଚାଳନା କରିଥିଲେ । କିମ୍ସର ଉପନିର୍ଦ୍ଦେଶକ ବିବେକାନନ୍ଦ ମିଶ୍ର ଓ ଦେବାଶିଷ ମହାନ୍ତି ସ୍ୱାସ୍ଥ୍ୟ ସେବା ଶିବିରର ସୁପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ଶୁଖିଲା ଖାଦ୍ୟ ବଣ୍ଟନରେ ସ୍ୱେଚ୍ଛାସେବୀ ଗୌତମ ସାହୁ, ଅବିନାଶ ନାୟକ, ବିଦ୍ୟୁତପ୍ରଭା ଲେଙ୍କା, ଡମ୍ବୁରୁ ରାଉତ, ରାଧାକ୍ରୀଷ୍ଣା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । ଭକ୍ତ ମାନଙ୍କ ସେବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ରଥଯାତ୍ରାର ପ୍ରଥମ ଦୁଇ ଦିନ, ବାହୁଡା ଯାତ୍ରା ଓ ସୁନାବେଶ ଚାରିଦିନ ଧରି ନିରବଚ୍ଛିନ୍ନ ଭାବେ ଜାରି ରହିଥିଲା ।

purusottam
Leave A Reply

Your email address will not be published.