କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ୱାରା ମୁରିବାହାଲ ବ୍ଲକର ୧୪୩ ଜଣ ଭିନ୍ନକ୍ଷମ, ବିଧବା ଓ ବୃଦ୍ଧବୃଦ୍ଧାଙ୍କୁ ନୂତନ ଭତ୍ତା ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ସୋମବାର ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସାମାଜିକ ସୁରକ୍ଷା ଯୋଜନାରେ ବ୍ଲକର ମୋଟ୍‌ ୧୪୩ ଜଣଙ୍କୁ ନୂତନ ଭାବେ ବିଭିନ୍ନ ଭତ୍ତା ବଣ୍ଟନ କରାଯାଇଥିଲା । ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବାଗ ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ଓ ଜିପିଡିଓ ଗଙ୍ଗାଧର ଛତର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଭତ୍ତା ବଣ୍ଟନ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ-୮୭, ବିଧବା-୩୦, ବୃଦ୍ଧବୃଦ୍ଧା-୦୨, ଅବିବାହିତା-୧୦, ବିବାହ ବିଚ୍ଛେଦ-୧୨ ଓ ୦୨ ଜଣ ତୃତୀୟ ଲିଙ୍ଗଙ୍କୁ ନୂତନ ରୂପେ ଭତ୍ତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ତୋଫାନ ନାଗ, ଟୁନାମଣି ମହାନନ୍ଦ, ବିଜେପି ନେତା ଗଙ୍ଗାଧର ହେର୍ଣ୍ଣା, ବ୍ଲକର ସମସ୍ତ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିବା ବେଳେ ବିଭାଗୀୟ ପିଏ ରାଜ ସିଂ ବାବୁ ଓ ଜୁନିୟର୍‌ ଆସିଷ୍ଟାଣ୍ଟ ସୌମ୍ୟରଞ୍ଜନ ଦେହୁରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.