ଲାଠୋର ଭୋଗ କମିଟି ତରଫରୁ ସାତଦିନ ପର୍ଯ୍ୟନ୍ତ ଅନ୍ନପ୍ରସାଦ ବଣ୍ଟନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ଲାଠୋର ଠାରେ ଅନ୍ନପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଧାରଣ ଲୋକଙ୍କ ପାଇଁ ଅନ୍ନପ୍ରସାଦ ଭୋଗ କମିଟି ପକ୍ଷରୁ ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ରହିଥାଏ । ଆଜି ଭଣ୍ଡାରାର ଅନ୍ତିମ ଦିବସ ଥିବାରୁ ଅନ୍ନପ୍ରସାଦ ପାଇବା ପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଠାକୁରଙ୍କୁ ଅନ୍ନ ଭୋଗ ହେଲା ପରେ ମନ୍ଦିର ସେବାୟତମାନେ ପ୍ରସାଦ ସେବନ କରିଥିଲେ । ତା’ପରେ ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା । ଲଗାତାର ୬ ବର୍ଷ ଧରି ଭୋଗ କମିଟି ତରଫରୁ ଏହି ଅନ୍ନ ଭୋଗ କାର୍ଯ୍ୟକ୍ରମ ଚାଳି ଆସୁଥିବା ଭୋଗ କମିଟି ସଭାପତି ଶ୍ରବଣ ଅଗ୍ରୱାଲ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସାତଦିନ ପର୍ଯ୍ୟନ୍ତ ହଜାରେ ଲୋକଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା ରହିଥାଏ । ତତ୍‌ ସହିତ ଭୋଗ କମିଟିର ସଦସ୍ୟ ଦିନେଶ ଅଗ୍ରୱାଲ, ଶଙ୍କର ଅଗ୍ରୱାଲ, ପ୍ରବୀଣ ଅଗ୍ରୱାଲ, ରମାକାନ୍ତ ମହାନ୍ତି, ବିଶ୍ୱନାଥ ଦତ୍ତ, ଗଗନ ବହିଦାର, ଜୟକୃଷ୍ଣ ଖରସେଲ, ଆକାଶ ଅଗ୍ରୱାଲ, ଗ୍ୟାନୁରାମ ଅଗ୍ରୱାଲ ଏବଂ ଗ୍ରାମବାସୀ ମାନଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.