oum

ମା’ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ଭଜନ ସମାରୋହ ଓ ପ୍ରସାଦ ବଣ୍ଟନ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମା’ ରାମାୟଣଆମ୍ମାଙ୍କ ଏକମାସ ବ୍ୟାପି ଯାତ୍ରାର ଶେଷ ଦିବସରେ ମା’ ରାମଚଣ୍ଡୀ ମନ୍ଦିର ପୂଜା କମିଟି ତରଫରୁ ପାଞ୍ଚ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ଓ ଦାରୁବ୍ରହ୍ମ ଭଜନ ସମାରୋହ ତରଫରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଛତ୍ରପୁର ମଝିବଜାରର ସୁଲଭ ଗ୍ରୋସେରୀ ଦୋକାନ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଛତ୍ରପୁରର ପୂର୍ବତନ ବିଧାୟକ ତଥା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁରର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାର ପୂର୍ବତନ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ବର୍ତ୍ତମାନ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍‌ର ଡେପୁଟି କମିଶନର ବିନୋଦ କୁମାର ବେହେରା, ଛତ୍ରପୁର ସରକାରୀ ଆଇ. ଟି. ଆଇ.ର ପ୍ରିନ୍‌ସିପାଲ୍‌ ପ୍ରିୟବ୍ରତ ପଣ୍ଡା, କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ମନ୍ଦିର ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ସହ ସଂଯୋଜକ ତୁଷାର ଶତପଥି, ଜୀବନ କୁମାର ମହାରଣା, ପୂଜା କମିଟିର ଉପଦେଷ୍ଟା କେ ସତ୍ୟନାରାୟଣ ରେଡ୍ଡୀ, ତ୍ରିପତି ବାଲାଜୀ ମିଶ୍ର, ସନ୍ତୋଷ ମିଶ୍ର, ପୂଜା କମିଟି ସଭାପତି ତଥା କରପଡା ସରପଞ୍ଚ ଅଜୟ ନାୟକ, କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ପୂଜା କମିଟିର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ନାୟକ, ସମ୍ପାଦକ ରବୀନ୍ଦ୍ର ପଣ୍ଡା, ଉପସଭାପତି ଖିରୋଦ ସାହୁ ଓ ପୂଜା କମିଟି ସମସ୍ତ ସଦଶ୍ୟ ଉପସ୍ଥିତ ରହି ପ୍ରସାଦ ବଣ୍ଟନ କରିଥିଲେ । ଅନୁରୂପ ଭାବେ ସନ୍ଧ୍ୟା ସମୟରେ ସୁବାରାଓ କମ୍ପ୍ଲେକ୍ସ ସମ୍ମୁଖରେ ମଧ୍ୟ ଭକ୍ତଙ୍କ ପାଇଁ ଅଶୋକ ସେନାପତି, ସାଗର ଦଳାଇ ଓ ଅନ୍ୟମାନଙ୍କ ତରଫରୁ ବିଶାଳ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ପୂଜା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମସ୍ତେ ବେଶ ପସନ୍ଦ କରିଥିଲେ ତଥା କମିଟି ତରଫରୁ ସମସ୍ତ ଜନସାଧାରଣଙ୍କୁ ରାମଚଣ୍ଡୀ ପୀଠରେ ଆସନ୍ତା ଜୁଲାଇ ୨୧ ତାରିଖ ଗୁରୁପୂର୍ଣିମାରେ ହେବାକୁ ଥିବା ୧୦୮ ସପ୍ତଶତୀ ଚଣ୍ଡୀ ପାଠ ମହାଯଜ୍ଞରେ ସମସ୍ତଙ୍କୁ ସାମିଲ ହୋଇ ଉକ୍ତ ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ସଂଯୋଜକ କମଳ ପଣ୍ଡା ସମସ୍ତଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.