oom

ପରିବେଶ ସୁରକ୍ଷା ପାଇଁ ପୋଷ୍ୟ ଗ୍ରାମ ନିଲାଥରରେ ଫଳ ଚାରା ବଣ୍ଟନ ଓ ବୃକ୍ଷରୋପଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷରୋପଣ ପାଇଁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ କାଂସଡା ଗ୍ରାମ ପଞ୍ଚାୟତ ନିଳାଥର ଗ୍ରାମରେ ଜାତୀୟ ବନ ମହୋତ୍ସବ ଅବସରରେ ରାଜ୍ୟ ତଥା ଜାତୀୟ ଖ୍ୟାତିସମ୍ପନ୍ନ ଉଦ୍ୟାନ ଚାଷୀ ଚୁଣ୍ଡୃ ସତ୍ୟନାରାୟଣ ଓରଫ୍ ବାବୁ ରାଓଙ୍କ ଦ୍ଵାରା ଆଜି ସମସ୍ତ ଗ୍ରାମବାସୀଙ୍କୁ ଫଳଚାରା ବଣ୍ଟନ ଓ ପ୍ରତି ଘରବାଡ଼ିରେ ବୃକ୍ଷରୋପଣ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ବିଶ୍ଵ ତାପମାତ୍ରା ବୃଦ୍ଧିର ମାତ୍ରାଧିକ କୁପ୍ରଭାବ ଜୀବଜଗତ ଉପରେ ପଡୁଥିବାରୁ ବାବୁରାଓଙ୍କ ନିଲାଥର ଗ୍ରାମ ଫାର୍ମ ହାଉସରେ ଗତ କିଛି ଦିନ ତଳେ ଏ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅମୀୟ ସାହୁଙ୍କ ସହିତ ବହୁ ଗଣ୍ୟମାନ୍ୟ ପରିବେଶ ପ୍ରେମୀ ଯୋଗଦେଇ ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣର ଆବଶ୍ୟକତା ସମ୍ଵନ୍ଧରେ ଆଲୋକପାତ କରିଥିଲେ । ଏହି ସଭାରେ ସଫଳ ଉଦ୍ୟାନ ଚାଷୀ ଶ୍ରୀ ବାବୁରାଓ ବୃକ୍ଷରୋପଣ ପାଇଁ ନିଲାଥର ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିଲେ ଓ ଆଜି ସଂପୃକ୍ତ ଗ୍ରାମରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଲେଖାଏଁ ଫଳ ଚାରା ବଣ୍ଟନ କରିଥିଲେ ଓ ଘରବାଡ଼ିରେ ରୋପଣ କରାଇଥିଲେ । ଏଥିରେ ଆମ୍ରପଲୀ, ଦଶେରୀ, ବାଇଗଣପଲୀ ସହ ବିଭିନ୍ନ ପ୍ରଜାତିର ଆମ୍ବ ଚାରା ବଣ୍ଟନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକୁ ଗ୍ରାମର ଗଉନ୍ତିଆ ଗଙ୍ଗାଧର ସାହୁ, ହରିହର ସାହୁ, ବିଜୟ ଶଙ୍କର ମାଝୀ, ଅଲେଖ ସାହୁ, ଲୋକନାଥ ସାହୁ, ତ୍ରିଲୋଚନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.