ppurohit

ବଙ୍ଗୋମୁଣ୍ଡା ବ୍ଲକର ୩ ଗୋଟି ପଞ୍ଚାୟତର ଚାଷୀ ମାନଙ୍କୁ ଦେଶୀୟ ଧାନ ବିହନ ବଣ୍ଟନ

2nd

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକର ୩ଟି ପଂଚାୟତର ୯ଟି ଗ୍ରାମର ୨୦୦ ଜଣ ଚାଷୀଙ୍କୁ ଅଜିମ ପ୍ରେମଜୀ ଫାଉଣ୍ଡେସନ୍‌ ସହାୟତାରେ ଶ୍ରମିକ ଶକ୍ତି ସଂଘ ତରଫରୁ ଦେଶୀ ଧାନ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ପଂଚାୟତ ଗୁଡିକର ଦାୟିତ୍ୱରେ ଥିବା କୃଷି କର୍ମଚାରୀ ସନ୍ତୋଷ କୁମାର ଜାଲ, ବିଶିକେଶନ ସାହୁ ଓ ଗୌତମ ମୁଣ୍ଡାଙ୍କ ଉପସ୍ଥିତି ସହିତ ଜୈବିକ ପଦ୍ଧତିରେ କିପରି ଧାନ ଚାଷ କରି ଅମଳ ବଢାଇବା ସଂଗେ ସଂଗେ ଦେଶୀ ଧାନର ଚାଷ କିପରି ବଢାଇବା ସେଥିପାଇଁ ପରାମର୍ଶ ଦେଇଥିଲେ । ବିତରଣ କରାଯାଇଥିବା ବିହନ ଧାନ ଗୁଡିକ ହେଲା ନଡିଆ କୋରା, ଯୁବରାଜ, ହୁଣା, ଚିଙ୍ଗେର, ଚଉଷଠି, ଝିଲି, ଶକରି, କେତକୀ ଜୁହା, ରାକ୍ଷୀ, ଆଶାନ ତୁଡି । ପ୍ରକାଶ ଥାଉ କି ଶ୍ରମିକ ଶକ୍ତି ସଂଘ ବିଭିନ୍ନ ସମୟରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସ୍ଥଳେ ଜୈବିକ ପଦ୍ଧତିରେ ଦେଶୀ ଧାନ ଚାଷ କରିବା ମଧ୍ୟ ପରିବେଶ ସୁରକ୍ଷାର ଏକ ମାଧ୍ୟମ ବୋଲି କହନ୍ତି ଶ୍ରମିକ ଶକ୍ତି ସଂଘର ପରିଚାଳନା ସଦଶ୍ୟ ଗୁରୁଗୋବିନ୍ଦ ସିଂହ ମାଝୀ । ଏହି ବିହନ ବଣ୍ଟନ କାର୍ଯ୍ୟରେ ସଂଗଠନର ପ୍ରୋଗ୍ରାମ ମ୍ୟାନେଜର୍‌ ସୁରେଶ କୁମାର ଚଲାନଙ୍କ ସହିତ ସତ୍ୟ, ପରେଶ, ଦୁର୍ଗେଶ, ମଦନ ଓ ସୌଭାଗ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ

Leave A Reply

Your email address will not be published.