୮୪ ଘର ଅଘରିଆ ସମାଜ ବଲାଙ୍ଗିର ଟ୍ରଷ୍ଟ ତରଫରୁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶୀତଳ ଷଷ୍ଠୀ ଶିବପାର୍ବତୀଙ୍କ ବିବାହ ମହୋତ୍ସବ ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ ତରଫରୁ ଯାତ୍ରାରେ ସାମିଲ ଥିବା ଦର୍ଶକ ଓ କଳାକାର ମାନଙ୍କ ପାଇଁ ଦହିପାଣି ବଣ୍ଟନ କରାଯାଇଥିଲା । ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ଓ ସମ୍ପାଦକ ଦିଗାମ୍ବର ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଉପଦେଷ୍ଟା ସଭ୍ୟ, ମଣ୍ଡଳ ସଭାପତି, ଗୁଡ଼ି ସଭାପତି, ପୁସ୍ତକ କମିଟି, ଶିକ୍ଷା କମିଟି, କୃଷକ ମଞ୍ଚ, ଯୁବାମଞ୍ଚ, ନିର୍ମାଣ କମିଟି ସମେତ ସମସ୍ତ କର୍ମକର୍ତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଶେଷ କରି ବଲାଙ୍ଗିର ଗୁଡ଼ିର ସଭାପତି ମନୋରଞ୍ଜନ ସାଏ ତାଙ୍କର କର୍ମକର୍ତ୍ତା ସଞ୍ଜୟ ସାଏ, ନିର୍ମଳ ସାଏ, ରାମ ନାଏକ, ମନୋରଞ୍ଜନ ରାଉତ, କୀର୍ତ୍ତିଚନ୍ଦ୍ର ରାଉତ, ହରେକୃଷ୍ଣ ପଟେଲ ଓ ସଞ୍ଜୟ ପଟେଲ କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଥିଲେ । ସହସ୍ରାଧିକ ଯାତ୍ରାପ୍ରେମୀ ଦହିପାଣି ପିଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.