ବାଙ୍କେଲରେ ଧରଣୀ ପେନୁ ମହୋତ୍ସବ ପାଳିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡର ଆଦିବାସୀ ଅଧ୍ୟୁସିତ ବାଙ୍କେଲ ଗାଁ ଠାରେ ଉପଖଣ୍ଡ ସ୍ତରୀୟ ଧରଣିପେନୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦ୍ଵାରା ଆୟୋଜିତ ଉକ୍ତ ମହୋତ୍ସବକୁ ସଂଘର ଉପସଭାପତି ତଥା ଉତ୍କଳ କନ୍ଧ ସମାଜର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବିଶିକେଶନ ଜାନି ଧରନିପେନୁଙ୍କ ପୂଜା ଆରାଧନା କରି ଉଦଘାଟନ କରିଥିଲେ । ପରେ ଗାଁରେ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ଆଦିବାସୀ ଢାପ ଡକା, ଆଦିବାସୀ ଲୋକଗୀତ, ଲୋକ ନୃତ୍ୟ, ଲୋକ ବାଦ୍ୟ ପ୍ରଦର୍ଶନ କରାଯାଇଥିଲା । ଆଦିବାସୀ ମାନଙ୍କ ଲୁକ୍କାୟିତ ସଂସ୍କୃତି, ପୂଜା ପଦ୍ଧତି, ଲୋକ ସଙ୍ଗୀତ, ବାଦ୍ୟ ନୃତ୍ୟ, ଗୀତର ସୁରକ୍ଷା, ସଂରକ୍ଷଣ, ପ୍ରଚାର ପ୍ରସାର, ପୁନଃରୁଦ୍ଧାର, କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବ୍ଲକରେ ଧରାନିପେନୁ ମହୋତ୍ସବ ଆୟୋଜିତ କରିବାକୁ ମୁଖ୍ୟ ଅତିଥି ଶ୍ରୀ ଜାନି ପ୍ରକାଶ କରିଥିଲେ । ମହୋତ୍ସବରେ ନାରେନ୍, ଖୋଲାନ, ଜଗୁଆ, ମାଲିଶିରା, ଶାଲେପଡା, ବେଲପଦର୍, ତେନ୍ତୁଳିଖୁଣ୍ଟି, ସିରୁଲ, ଲିମପଡ଼ା, ସିନ୍ଧେକେଲା, ମନି ଗାଁ, ଗନ୍ଦରଗଲା, କଙ୍କଡ଼ା ପଦର୍ ଆଦି ପ୍ରଭୃତି ୩୦ରୁ ଉର୍ଦ୍ଧ ଗାଁର ସାଂସ୍କୃତିକ ଦଳ ଯୋଗ ଦେଇଥିଲେ । କାର୍ୟ୍ୟକ୍ରମରେ ସଂଘର ବ୍ଲକ ସଭାପତି ଘିମାନନ୍ଦ ଭୋଇ, ପଦ୍ମନ୍ ପ୍ରଧାନି, ନିତ୍ୟାନନ୍ଦ ମାଝୀ, ଦୁଃଖିଶ୍ୟାମ ଭୋଇ, ଶରତ ଚନ୍ଦ୍ର ସିଂ ଭୋଇ, ସନ୍ତୋଷ ପୁଟା, ଇନ୍ଦ୍ରମଣି ମାଝୀ, ଘାସିରାମ ମାଝୀ, ଚୈତନ୍ୟ ମାଝୀ, ଥାବିର ପୁଝାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.