centurian jitm

ଚୁଲିଫୁଙ୍କାରେ ମୋ’ ବ୍ୟାଙ୍କ ଉଦ୍‌ଘାଟିତ

nschool

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଚୁଲିଫୁଙ୍କା ଗ୍ରାମରେ ମୋ’ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ସାରା ଓଡ଼ିଶାରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉକ୍ତ ବ୍ୟାଙ୍କଙ୍କୁ ବିଧି ବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି । ମୋ’ ବ୍ୟାଙ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଫିତା କାଟି ପଞ୍ଜାବ ନେସନାଲ ବ୍ୟାଙ୍କକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁବାଲା ବେହେରା, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ଚୁଲିଫୁଙ୍କା ସରପଂଚ ଶ୍ରୀମତୀ ଯମୁନା ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରଶାସନିକ ଅଧିକାରୀ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ବାସନ୍ତୀ ସେଠୀ, ଜିପିଓ ଶ୍ରୀ ଠାକୁର, ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବ କୁମାର ପ୍ରଧାନ, ଜେଇ ବିକ୍ରମ ସିଂହ ବିଭାର ପ୍ରମୁଖ ଉପସ୍ଥିତ ରହି ମୋ’ ବ୍ୟାଙ୍କ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ଉପାନ୍ତ ଅଞ୍ଚଳ ହୋଇଥିବାରୁ ବ୍ୟାଙ୍କ କାର୍ଯ୍ୟରେ ଆଗରୁ ବୃଦ୍ଧ ବୃଦ୍ଧାଙ୍କୁ ନାନା ସମସ୍ୟା ଭୋଗିବାକୁ ପଡୁଥିଲା । ସ୍ଥାନୀୟ ପଞ୍ଚାୟତରେ ମୋ’ ବ୍ୟାଙ୍କ ହେବାରୁ ଅଞ୍ଚଳର ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକର ୨୬ ଗୋଟି ପଞ୍ଚାୟତ ଭିତରୁ ପ୍ରଥମ ଫେଜ୍‌ରେ ଚୁଲିଫୁଙ୍କା ଗ୍ରାମ ପଞ୍ଚାୟତରେ ମୋ ବ୍ୟାଙ୍କ ଉଦ୍‌ଘାଟିତ ହେବାରୁ ଶହ ଶହ ଏସ୍‌ଏଚ୍‌ଜି ମହିଳା ତଥା ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!