oum

ବାଣିଜ୍ୟ ବିଭାଗରେ ସିଏନ୍‌ସି ଛାତ୍ର ମୁକଶ ସାହୁ ୟୁନିଭର୍‌ସିଟି ଟପ୍ପର

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ଆଜି ଫଳାଫଳ ପ୍ରକାଶ ପାଇଥିବା ବେଳେ +୩ ବାଣିଜ୍ୟରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବାଜିମାତ୍‌ କରିଥିବା ଦେଖିବାକୁ ମିଳିଛି । ବାଣିଜ୍ୟ ବିଭାଗରେ ସିଏନ୍‌ସି ଛାତ୍ର ମୁକଶ ସାହୁ ୮.୫୭ ସିଜିପିଏ ରଖି ୟୁନିଭର୍‌ସିଟି ଟପ୍ପର ହୋଇଥିବା ଜଣାପଡ଼ିଛି । ସେହିଭଳି ସିଏନ୍‌ସି ଛାତ୍ରୀ ପି.ଲୟା ଏବଂ କୋମଲ ଅଗ୍ରୱାଲ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ଚଳିତ ବର୍ଷ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ଜଣେ ଦ୍ୱିତୀୟ ଶ୍ରେଣୀରେ ଏବଂ ୬ ଜଣ ଅନର୍ସ ୱିଥ୍‌ ଡିଷ୍ଟିଙ୍କ୍‌ସନ୍‌ ରଖି ପାସ୍‌ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.