jayashree

ଗାଇସିଲେଟରେ ପୁରୁଷ ବନ୍ଧ୍ୟାକରଣର ସଚେତନତା ରଥ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଲପାଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ଡ଼ାକ୍ତର ଯଶୋବନ୍ତ ମେହେର ଶାଗୁଆ ପତାକା ଦେଖାଇ ପୁରୁଷ ବନ୍ଧ୍ୟାକରଣ ସଚେତନା ରଥକୁ ଉଦ୍‌ଘାଟନ କରିଥିଲେ । ଏହି ରଥ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମକୁ ଯାଇ ସଚେତନତା କରିବ ବୋଲି ସୂଚନା ରହିଛି । ପୁରୁଷମାନଙ୍କ ପାଇଁ NSV ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଜନ୍ମ ନିରୋଧ ଉପାୟ । ଏଥିପାଇଁ ବେଶି କଟାକଟି ବା ସିଲେଇ ଆବଶ୍ୟକତା ନାହିଁ, ଏହା କୌଣସି ପ୍ରକାର ସାଇଡ ଏଫେକ୍ଟ ନାହିଁ ଏହା ଦ୍ବାରା ପୁରୁଷପ୍ତ ଓ ଯୌନ ସୁଖ ହ୍ରାସ ହୁଏ ନାହିଁ ସେବା ଗ୍ରହଣକାରୀଙ୍କ ପାଇଁ ୨୦୦୦ ଟଙ୍କା ପ୍ରୋସହନ ରାଶି ମଧ୍ୟ ଉପଲବ୍ଧ ଅଛି । ଏହି ପଦ୍ଧତି ଗ୍ରହଣ କରିବା ପାଇଁ ଗାଇସିଲେଟ ବ୍ଲକରେ ଥିବା ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ରରେ ଯୋଗାଯୋଗ କରିପାରିବେ । ଏହି କାର୍ଯ୍ୟକ୍ରମରେ ଫାର୍ମାସୀକ ଅଶୋକ କୁମାର ମହାନ୍ତି PHEO ବସନ୍ତ କୁମାର ପରେ ସୁପର ଭାଇଜର ଲମ୍ବୋଦର ପାତ୍ର ଷ୍ଟାଫ୍ ନର୍ସ ପ୍ରୟାଶି ପ୍ରିୟଦର୍ଶିନୀ ANM ଅରୁଣା ଦାସ, ମଞ୍ଜିତ୍ ବରିହା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.