ଲରମ୍ଭା ମହାବିଦ୍ୟାଳୟ ୨୦୦୧-୩ ବ୍ୟାଚର ବାର୍ଷିକ ବନ୍ଧୁମିଳନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଲରମ୍ଭା ମହାବିଦ୍ୟାଳୟ ୨୦୦୧-୨୦୦୩ ବ୍ୟାଚର ଛାତ୍ରମାନଙ୍କ ନୂଆଁଖାଇ ଉପଲକ୍ଷେ ବାର୍ଷିକ ବନ୍ଧୁମିଳନ ଲରମ୍ଭା ମହାବିଦ୍ୟାଳୟସ୍ଥିତ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ କରାଯାଇ ଆସୁଅଛି । ଉକ୍ତ ବନ୍ଧୁମିଳନ ରାକେଶ କୁମାର ଦୀପଙ୍କ ସଭାପତିତ୍ବରେ ଅନୁଷ୍ଠିତ । ସଭାରେ ଦିବଂଗତ ବନ୍ଧୁ ମାନସ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହା ପରେ ଓଡ଼ିଶା ସରକାରଙ୍କ ମୋ କଲେଜ ଅଭିଯାନ ପାଇଁ ସହଯୋଗ ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରିଶେଷରେ ଚିତ୍ତରଞ୍ଜନ ପ୍ରଧାନ ବନ୍ଧୁମାନଙ୍କ ଉଜ୍ବଳ ଭବିଷ୍ୟତ ତଥା ଉତ୍ତମ ସ୍ବାସ୍ଥ୍ୟ କାମନା କରି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହେବାରେ ମୁକେଶ କୁମାର ସାହୁ, ଦୁଷ୍ମନ୍ତ ସାହୁ, ବିନୀତ କୁମାର ପ୍ରଧାନ ତଥା ଟିକେଶ୍ୱର ସୁଶାରୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.