oom

ଗୁଡ଼ିଘାଟ ହାଇସ୍କୁଲର ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ପଞ୍ଚାୟତ ସଦର ମହକୁମାରେ ଥିବା ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ବିଦ୍ୟାଳୟ, ଗୁଡ଼ିଘାଟର ୨୦୦୯ରୁ ୨୦୧୨ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସର ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୋଦଣ୍ଡଧର ପାଢ଼ୀ, ସହଶିକ୍ଷକ କିଶୋର କୁମାର ନାୟକ, ଗୋବର୍ଦ୍ଧନ ତାଣ୍ଡି, ଉଦ୍ଧବ ପୁଟେଲ, ରମେଶ ପ୍ରସାଦ ସାହୁ, ଚକ୍ରଧର ଅମାତ, ବିଭୁତିନନ୍ଦ ଦାଶ, ରମେଶ ଚନ୍ଦ୍ର ବିଶି ତଥା ଶିକ୍ଷାକର୍ମୀ ବଡ଼ ରଣା, ଧୋବାଇ ଚରଣ ବିଶି, ଅଲେଖ ଭୁଏ ଓ କୁମର ବେହେରାଙ୍କୁ ଫୁଲ ଚନ୍ଦନ ତଥା ଉପଢୌକନ ଅର୍ପଣ ପୂର୍ବକ ସଭାସ୍ଥଳକୁ ନିଆଯାଇଥିଲା । ପ୍ରାରମ୍ଭରେ ଛାତ୍ର ସୁଶୀଲ ପଧାନ ଗୁରୁଜନଙ୍କୁ ଅଭ୍ୟର୍ଥନା ଭାଷଣ ରଖିଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ । ସଭାରେ ସମସ୍ତ ଶିକ୍ଷକ ପରାମର୍ଶମୂଳକ ଅଭିଭାଷଣ ଛାତ୍ରଛାତ୍ରୀଙ୍କ ପ୍ରତି ରଖିଥିଲେ । ଶେଷରେ ମୁକେଶ ତାଣ୍ଡି ଧନ୍ୟବାଦ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ସମାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରୋଜ ସା, ଅବକାଶ ସେଠ, ବିଜୟ ପଧାନ, ରାଜା ମାଝୀ, ଲଳିତା ସା, କୁମାରୀ ଧରୁଆ, ତିଲୋତ୍ତମା ମାଝୀ ଓ ଏହି ବ୍ୟାଚର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜର ଛାତ୍ର ଜୀବନର ପୁରୁଣା ସ୍ମୃତିଚାରଣ କରିବା ସହ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ଭୋଜିଭାତର ଆୟୋଜନ କରାଯାଇଥିଲା ।

jittmm
Leave A Reply

Your email address will not be published.