ls

ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁମିଳନ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ୍ କଲୋନୀ ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ବନ୍ଧୁମିଳନ ଧାମରା ସଂଘଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନବଘନ ସାହୁ ଏବଂ ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ସଦସ୍ୟମାନଙ୍କର ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା- କବିତା ପାଠ, ସଂଗୀତ ପରିବେଷଣ, ସାଧାରଣ ଜ୍ଞାନ ପରୀକ୍ଷା, ହାଉଜି ଖେଳ, ମ୍ୟୁଜିକ ଚେୟାର ପ୍ରତିଯୋଗିତା ପ୍ରଭୃତି କାର୍ଯ୍ୟକ୍ରମରେ ସଦସ୍ୟମାନଙ୍କୁ ନିମଜ୍ଜିତ କରି ରଖିଥିଲେ । ଗିରିଜା ଶଙ୍କର ଗୋସ୍ୱାମୀ ଏବଂ ବିଶ୍ୱନାଥ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁଶାନ୍ତ କୁମାର ନାୟକ ଏବଂ ଅଜୟ କୁମାର ମହାନ୍ତି କବିତା ପାଠ କରିଥିବା ବେଳେ ପ୍ରତାପ କୁମାର ରାୟ ସଂଗୀତ ପରିବେଷଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏବଂ ନୂତନ ସଦସ୍ୟମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଶେଷରେ ପ୍ରସାଦ ସେବନରେ ସମସ୍ତେ ଆପ୍ୟାୟିତ ହୋଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟଯେ, ବିଗତ ୨୦୦୦ ମସିହାରୁ ପଞ୍ଜିକୃତ ଏବଂ ଉଭୟ ସରକାରୀ, ସାର୍ବଜନୀକ କ୍ଷେତ୍ର ଏବଂ ବେସରକାରୀ କ୍ଷେତ୍ରରୁ ଅବସର ନେଇଥିବା ସଦସ୍ୟମାନଙ୍କୁ ନେଇ ଗଠିତ ‘ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘ’ର ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୭୫ରେ ପହଞ୍ଚିଛି । ଏହି କାର୍ଯ୍ୟକ୍ରମରେ ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ନିରଦ ଭୂଷଣ ପଟ୍ଟନାୟକ, ହରିଶ୍ଚନ୍ଦ୍ର ଭୂମିଜ, ମୁରାରି ପ୍ରଧାନ, ଏସ.ଏନ.ଜ୍ୟୋତିଷୀ, ବିଜୟ କୁମାର ବରାଳ, ସରୋଜ କୁମାର ଦାଶ ପ୍ରମୁଖ ସହାୟତା କରିଥିବା ବେଳେ ଶତାଧିକ ବରିଷ୍ଠ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

pc pk
Leave A Reply

Your email address will not be published.