oom

ମହତାବ ହାଇସ୍କୁଲ ୧୯୬୬ ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମଣ୍ଡଳର ସର୍ବ ପୁରାତନ ମହତାବ ଉଚ୍ଚ ବିଦ୍ୟାଳୟର ୧୯୬୬ ମାଟ୍ରିକ (୧୧ଶ) ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ସମାବେଗ ବିଦ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ୍‌ କୁନ୍ତଳା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ହେମନ୍ତ ମହାନ୍ତି, ବସନ୍ତ କୁମାର ବାହିନୀପତି, ଅର୍ଜୁନ ପ୍ରଧାନ, ମହେନ୍ଦ୍ର ହରିଚନ୍ଦନ, କେଦାର ଚନ୍ଦ୍ର ପ୍ରଧାନ, ଅଭିନ୍ନାନନ୍ଦ ପ୍ରଧାନ, ଉଲ୍ଲାସ ପାଟ୍ଟଶାଣୀ, ନାରାୟଣ ମିଶ୍ର, ଶରତ ଚନ୍ଦ୍ର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଲକ୍ଷ୍ମୀଧର ପ୍ରଧାନ, ପ୍ରଭାକର ପଣ୍ଡା, ଗୋକୁଳାନନ୍ଦ ବରିଶଲ ପ୍ରମୁଖ ପାରସ୍ପରିକ ଭାବ ବିନିମୟ କରିବା ସହ ଦିବଙ୍ଗତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସ୍ମୃତିଚାରରଣ କରିଥିଲେ ଏବଂ ୧ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ । ଏହି ସମାବେଶରେ ନରଣଗଡ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ତତ୍‌କାଳୀନ ବିଦ୍ୟାଳୟ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷାର୍ଥୀଙ୍କ ନୈତିକ ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଚଳିତବର୍ଷ ୯ମରୁ ୧୦ମକୁ ଉତୀର୍ଣ୍ଣ ହୋଇଥିବା ୩ ଜଣ କୃତି ଛାତ୍ର ଆଦିତ୍ୟ ବଳିୟାରସିଂହ, ଶୁଭମ ପରିଡା ଓ ଶକ୍ତିରଞ୍ଜନ ମଲ୍ଲିକଙ୍କୁ ନଗଦ ଅର୍ଥ ପ୍ରଦାନ ପୂର୍ବକ ଆଶିଷ ପ୍ରଦାନ କରାଯାଇଥିଲା । ସରକାରଙ୍କ ମୋ ସ୍କୁଲ ଯୋଜନାରେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ସ୍ମାରକୀ ନିର୍ମାଣ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା ।

jittmm
Leave A Reply

Your email address will not be published.