ସିରୋଲ ଗାଁରେ ଯୁବ ବିଜେଡିର ବନ୍ଧୁମିଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ଖେଳ ପଡିଆଠାରେ ଅନୁଷ୍ଠିତ ଯୁବ ବିଜେଡି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ୬ଟି ଗାଁର ଶହ ଶହ ଯୁବକମାନେ ଉପସ୍ଥିତ ଥିଲେ । ଏଥିରେ ଯୁବ ବିଜେଡି ରାଜ୍ୟ ସଂପାଦକ ତଥା ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ସଭାପତି ଅଜିତ କୁମାର ଯୋଷୀ ଉପସ୍ଥିତ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ରାଜୁ ଘିଭେଲା, ବରିଷ୍ଠ ନେତା ଉଦ୍ଧବ ବେହେରା, ଜିଲ୍ଲା ଯୁବ ସଂପାଦକ ବୁଲୁ ସିଂ ଦେଓ, ଯୁବ ନେତା ବିରଞ୍ଚି ଜାଲ, ତିଲୁ ରଣା ଉପସ୍ଥିତ ରହିଥିଲେ । ଏଥିରେ ବହୁ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.