oum

୧୯୯୪ ମସିହା ସପ୍ତମ ଶ୍ରେଣୀ ବ୍ୟାଚ୍‌ର ବନ୍ଧୁମିଳନ ଅନୁଷ୍ଠିତ

jsm

ଆଗଲପୁର, (କେପିଏନ୍‌ଏସ୍‌) : ୧୯୯୪ ମସିହା ସପ୍ତମ ଶ୍ରେଣୀ ବ୍ୟାଚ୍‌ର ବନ୍ଧୁମିଳନ ଆଗଲପୁର ବ୍ଲକ ଭରସୂଜା ଗ୍ରାମସ୍ଥିତ ଆମ୍ବବଗିଚାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶତାଧିକ ବନ୍ଧୁ ଯୋଗ ଦେଇଥିବା ବେଳେ ଭୋଜିର ଆୟୋଜନ କରାଯାଇଥିଲା । ଆନନ୍ଦ ଉଲ୍ଲାସର ସହ ବନ୍ଧୁମିଳନ ଆୟୋଜିତ ହୋଇଥିବା ବେଳେ ଦୀର୍ଘ ଦିନ ପରେ ସମସ୍ତ ବନ୍ଧୁ ସମ୍ମିଳିତ ହୋଇ ନିଜ ନିଜ ମଧ୍ୟରେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଦୁଇଜଣ ଦିବଙ୍ଗତ ବନ୍ଧୁଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଦୀର୍ଘ ଦିନ ପରେ ବନ୍ଧୁମାନଙ୍କୁ ସାକ୍ଷାତ କରି ସମସ୍ତେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.