oom

ବନ୍ଧୁକ ଦେଖାଇ ବୁଲେଟ ଲୁଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ଧୁକ ଦେଖାଇ ଦୁଇ ଯୁବକଙ୍କଠାରୁ ବୁଲେଟ୍ ଲୁଟିନେଲେ ହେଲମେଟ ପିନ୍ଧା ଦୁର୍ବୃତ୍ତ । ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ରାସ୍ତା ଅସୁରପୁଲି ନିକଟରେ ରବିବାର ଏଭଳି ଏକ ଲୁଟ୍ ହୋଇଛି । ବୁଲେଟରେ ଯାଉଥିବା ଦୁଇଜଣଙ୍କୁ ବନ୍ଧୁକ ଦେଖାଇ ରାସ୍ତାରେ ପ୍ରଥମେ ଅଟକାଇବା ପରେ ଦୁର୍ବୃତ୍ତମାନେ ବୁଲେଟ ଲୁଟ କରି ଫେରାର୍ ମାରିଛନ୍ତି । ଦୁଇ ଦୁବୃର୍ତ୍ତ ବନ୍ଧୁକ ଧରିଥିବା କହିଛନ୍ତି ବୁଲେଟ୍ ମାଲିକ । ତେବେ ଲୁଟେରା ମାନେ ଛାଡ଼ି ଯାଇଥିବା ବାଇକ୍ ଟି ମଧ୍ୟ ଚୋରି ବାଇକ୍ ବୋଲି ଜଣାପଡିଛି । ତେବେ ପୁଲିସ ଉକ୍ତ ବାଇକ୍ କୁ ଜବତ୍ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଯୁବକ ଦ୍ଵୟ ପୁଇଁତଳା ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.