centurian jitm

ପ୍ରେମ ସମ୍ପର୍କକୁ ନେଇଁ ଧମକ : ନକଲି ବନ୍ଧୁକ ଜବତ

nschool

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଦାନାମାଲ ଗାଁ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ନାବାଳକକୁ ଖେଲଣା ବନ୍ଧୁକ ଦେଖାଇ ଧମକ ଚମକ ସହ ଟଙ୍କା ଦାବି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦାନାମାଲ ଗ୍ରାମର ରାମେଶ୍ୱର ପାତ୍ର(୧୬)ଙ୍କୁ ପାଇକମାଲ ଥାନା କେରମେଲାବାହାଲ ଗ୍ରାମର ଅମର ବାଗ(୧୯) ଓ ଖପ୍ରାଖୋଲ ଥାନା ଜଲିଆବାହାଲ ଗ୍ରାମର ବିକାଶ ମହାନନ୍ଦ(୧୯) ଦାନାମାଲ କଲେଜ ନିକଟକୁ ଡାକିଥିଲେ । ରାମେଶ୍ୱର ଓ ଦୁଇଜଣ ଅଭିଯୁକ୍ତଙ୍କ ମଧ୍ୟରେ କୌଣସି ବିଷୟକୁ ନେଇଁ ବଚସା ଆରମ୍ଭ ହୋଇଥିଲା । ଏନେଇ ଅଭିଯୁକ୍ତମାନେ ରାମେଶ୍ୱରଙ୍କ ମୋବାଇଲ ଛଡାଇନେବା ସହ ତାଙ୍କ ଛାତିରେ ଖେଳଣା ବନ୍ଧୁକ ରଖି ଧମକ ଦେଇଥିଲେ । ଫଳରେ ରାମେଶ୍ୱର ଡରିଯାଇ ପାଟି କରିବାରୁ ସ୍ଥାନୀୟ ଲୋକ ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରି ଖପ୍ରାଖୋଲ ପୋଲିସକୁ ଖବର କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ତାଙ୍କଠୁ ଗୋଟିଏ ଖେଳଣା ବନ୍ଧୁକ, ଗୋଟିଏ ବାଇକ ଏବଂ ଦୁଇଟି ମୋବାଇଲ ଜବତ କରିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ୍‌ ନଂ ୮୬/୨୦୨୫ରେ ଏକ ମାମଲା ଋଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି । ତେବେ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇଁ ଏହି ଘଟଣା ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.