ରାଜବୋଡା ସମ୍ବର ହାଇସ୍କୁଲ ଛାତ୍ରଙ୍କ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଦେବଦରହା ଠାରେ ରାଜବୋଡା ସମ୍ବର ହାଇସ୍କୁଲର ୧୯୮୯ ବର୍ଷ ମେଟ୍ରିକ ଛାତ୍ରମାନଙ୍କର ବନ୍ଧୁ ମିଳନ ଆୟୋଜନ କରାଯାଇଥିଲା । ଆୟୋଜନର ଆବାହକ ପ୍ରତାପ ନାଥ, ଦିନେଶ ପାଣିଗ୍ରାହୀ, ଗୋବିନ୍ଦ ପଟେଲ, ସହଦେଵ ମେହେର, ସମସ୍ତ ବନ୍ଧୁମାନଙ୍କୁ ଯୋଗାଯୋଗ କରି ଏକତ୍ରିତ କରିଥିଲେ । ହାଇଦ୍ରାବାଦ, ବେଙ୍ଗଲୋର, ମୁମ୍ବାଇ, ଦିଲ୍ଲୀ, ଭୁବନେଶ୍ୱର, ଗୁଣପୁର, କଟକ ଅତାବିରା, ସମ୍ବଲପୁର ବରଗଡ, ପଦ୍ମପୁର ଓ ପଦ୍ମପୁର ଆଖ ପାଖର ପ୍ରାୟ ୬୦ ରୁ ୬୫ ଜଣ ବନ୍ଧୁଙ୍କ ସମାଗମ ହୋଇଥିଲା । ନାଚ ଗୀତ ସହିତ ଭାବ ଆଦାନ ପ୍ରଦାନରେ ସମସ୍ତେ ବହୁତ ଆନନ୍ଦ ଓ ଉପଭୋଗ କରିଥିଲେ । ଗତବର୍ଷ ବନ୍ଧୁ ମିଳନ ସମୟରେ ୮୯ ବେଚ ବନ୍ଧୁମାନେ ଦେବଦର୍ହାର ଶୋଚନୀୟ ରାସ୍ତା ନିର୍ମାଣ ପାଇଁ ଲୋକପ୍ରିୟ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମହୋଦୟଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ର ଜରିଆରେ କିଛି ଦୂରତାର ରାସ୍ତା ନିର୍ମାଣ ହୋଇଥିବାରୁ ଶ୍ରୀ ପୁରୋହିତ ମହୋଦୟଙ୍କୁ ଧନ୍ୟବାଦ ଅର୍ପଣ କରି ବାକି ରହିଯାଇଥିବା ରାସ୍ତା ନିର୍ମାଣ ପାଇଁ ପୁଣି ଥରେ ସୂଚିତ କରିବା ପାଇଁ ପ୍ରସ୍ଥାବ ନିଆଗଲା । ପରେ ବନ୍ଧୁ ଗହଣରୁ କିଛି ବନ୍ଧୁ ଯୋଗେନ୍ଦ୍ର ସାହୁ, ରାଜେଶ ବାରିକ, ଲକ୍ଷ୍ମୀଧର ସାହୁ, ଆଶିଷ ପାଲ, ଚିନ୍ତାମଣି ବାଗ ଓ ଅନିତା ବାବୁ (ଜଗବନ୍ଧୁ ବାବୁଙ୍କ ପତ୍ନୀ) ଙ୍କ ସ୍ୱର୍ଗବାସ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସମସ୍ତ ବନ୍ଧୁ ନିଜର ବହୁମୂଲ୍ୟ ସମୟ ଦେଇ ସମସ୍ତ ବନ୍ଧୁଙ୍କ ସହିତ ଭାବ ବିନିମୟ ଦେଇଥିବାରୁ ପ୍ରତାପ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.