ଭୀମଭୋଇ ହାଇସ୍କୁଲର ୨୦୦୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁସଲାଡ଼ ଭୀମଭୋଇ ହାଇସ୍କୁଲ ର ୨୦୦୩ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସିନ୍ଧେକେଲା ନିକଟ ଦେହେଲି ପାହାଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀରାମ ବେହେରା, ସଂସ୍କୃତ ଶିକ୍ଷକ ଅଶୋକ ସାହୁ, ହିନ୍ଦୀ ଶିକ୍ଷକ କବିରାଜ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍କୁଲ ଛାଡିବାର ଦୀର୍ଘ ୨୨ ବର୍ଷ ବିତି ଯାଇଥିବାବେଳେ ଛାତ୍ରଛାତ୍ରୀମାନେ ପୁରୁଣା କଥାକୁ ମନେ ପକାଇଥିଲେ । ସ୍କୁଲରେ ଦେଖାଦେଇଥିବା ବିଭିନ୍ନ ସମସ୍ୟାକୁ କିପରି ଭାବେ ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ୨୦୦୩ ର ମାଟ୍ରିକ ବ୍ୟାଚର ଚନ୍ଦ୍ରଶେଖର ସାହୁ, ଭୁବନ ସେଲମା, ନରୋତ୍ତମ ବେହେରା, ବେଦବ୍ୟାସ ବେହେରା, ବୈଠାରୁ ବେହେରା, ରୋହିତ ସାହୁ, ହୃଦାନନ୍ଦ ସାହୁ, ପ୍ରଶାନ୍ତ ସାହୁ, ନରେଶ ତାଣ୍ଡି, ନୀଳମଣି ତାଣ୍ଡି, ବୈବ ମଙ୍ଗରାଜ, ପବିତ୍ର ସାହୁ, ସତ୍ୟବାନ ସାହୁ, ଯୁବରାଜ ବାଗ, ସନାତନ ବାଗ, ଜନନୀ ବାଗ, ଯମୁନା ନାଗ, ଯଶୋବନ୍ତି ସାହୁ, ଜାହ୍ନବୀ ସୁନା, ଡିସେମ୍ବରି ବେହେରା, ନିଶାମଣି ସୁନା, ଭାସ୍କର ବାଗ, ପିତାମ୍ବର ବାଗ, ଲୀଳାମୟ ବେହେରା, ଜିତେନ୍ଦ୍ର ବେହେରା ପ୍ରମୁଖଙ୍କ ସହ ୨୦୦୩ ମାଟ୍ରିକ ବ୍ୟାଚର ବହୁ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.