
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ଏମଇ ସ୍କୁଲର ୧୯୯୦ ମସିହା ୭ମ ଶ୍ରେଣୀ ପୁରାତନ ଛାତ୍ରଛାତ୍ରୀଙ୍କର ଏକ ବନ୍ଧୁ ମିଳନ ଡାକପଡା ବାଙ୍କି ଠାକୁରାଣୀଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଦିବଙ୍ଗତ ସାଥି ଓ ଗୁରିଜୀଙ୍କ ପାଁଇ ଦୁଇ ମିନିଟ ନିରବ ପାର୍ଥନା ପରେ ବିଦ୍ୟାଳୟ ଜୀବନର ଅଭୁଲା ସ୍ମୃତି ଅନୁଭୂତିକୁ ନିଜ ନିଜ ମଧ୍ୟ ବଖାଣୀ ଭାବ ପ୍ରବଣ ହୋଇଯାଇଥିଲେ । ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ ପରିବାର ବର୍ଗ ଏଥିରେ ସାମିଲ ହୋଇଥିଲେ । ଦୁଇ ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ବଳରାମ ସାମନ୍ତରାୟ ଓ ମହେଶ୍ୱର ବରାଳଙ୍କୁ ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ ସହ ଗୁରୁପୂଜନ କରାଯାଇଥିଲା । ପୁରାତନ ଛାତ୍ର ନଟବର ସେଠୀ, ପ୍ରଦ୍ୟୁମ୍ନ ପରିଡା, ଅନନ୍ତ ବାରିକ, ମମତା ବାରିକ, ସନ୍ଧ୍ୟା ନାୟକ, ପ୍ରତାପ ଦଳ ବେହେରା ,ଦିଲ୍ଲୀପ ପ୍ରଧାନ ଓ ଅନ୍ୟାନ୍ୟ ବନ୍ଧୁମାନେ ଉପସ୍ଥିତ ରହି ଉତ୍ସବକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଆସନ୍ତା ବର୍ଷ ବନ୍ଧୁ ମିଳନରେ ପ୍ରାକ୍ତନ ଗୁରୁ ମାନଙ୍କୁ ସମ୍ମାନିତ କରେ ଯିବାର ପ୍ରସ୍ତାବ, ବିଦ୍ୟାଳୟର ଉନ୍ନତି ଓ ସାମାଜିକ କ୍ଷେତ୍ରରେ କିଛି ଭୂମିକା ଲିଭାଇବା ପାଁଇ ମତ ପ୍ରକାଶ ପାଇଥିଲା । ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇ ମଧ୍ୟାନ ଭୋଜନ ପରେ ସଭା କର୍ଯ୍ୟ ଶେଷ କରାଯାଇଥିଲା।