jayashree

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପାରିବାରିକ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ପାରିବାରିକ ବନ୍ଧୁମିଳନ ଖୁଜେନପାଲିସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ବର୍ଷ ଉପଲକ୍ଷେ ପରିବାର ମିଳନ ଉତ୍ସବ ପାଳନ କରାଯାଇଥିଲା । ଏହି ବନ୍ଧୁମିଳନରେ ମୁଖ୍ୟ ଅତିଥି ଭାବରେ ସ୍ୱାମୀ ତେଜୟାନନ୍ଦ ସରସ୍ୱତୀ ଯୋଗଦାନ କରିଥିଲେ । ଏହି ବୈଠକରେ ସଂଘର ସଭାପତି ଗୁରୁଶ୍ରୀ ଘାସିରାମ ମିଶ୍ର, ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ସଂପାଦକ ବସନ୍ତ ଆଚାର୍ଯ୍ୟ, ଉପ-ସଭାପତି ଶିବ ଶଙ୍କର ଖୁଆସ, ଧର୍ମପଦ ରଥ ସହଯୋଗୀ ସଭ୍ୟ ପ୍ରତାପ ଚନ୍ଦ୍ର ରଥ ମଂଚାସିନ ଥିଲେ । ସଂଘର ସଭାପତି ଡ. ମିଶ୍ର ସଭାପତିତ୍ୱ କରିଥିବା ବେଳେ ସ୍ୱାମୀ ତେଜୟାନନ୍ଦ ସରସ୍ୱତୀ ସମସ୍ତ ବରିଷ୍ଠ ନାଗରିକ ସଦସ୍ୟ ଓ ସଦସ୍ୟାମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଦେବା ସଙ୍ଗେସଙ୍ଗେ ଅନେକ ମହତବାଣୀ, ଧର୍ମ, ଦାନ, ସୁସ୍ଥ ରହିବା ପାଇଁ ଅନେକ ପରାମର୍ଶ ଦେଇଥିଲେ । ଜୀବନରେ ଯୋଗର ଉପକାରିତା ଓ ସଂଜମତା ଉପରେ ଆଲୋକପାତ କରିବା ସଙ୍ଗେସଙ୍ଗେ ସମାଜ ଉନ୍ନତିମୂଳକ କାର୍ଯ୍ୟରେ ଆଗେଇ ଆସିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱାମୀଜୀ ତାଙ୍କ ବକ୍ତବ୍ୟରେ ବରିଷ୍ଠ ସଭ୍ୟ ଓ ସଭ୍ୟାଙ୍କୁ ତାଙ୍କ ପରିବାରର ପିଲା ଛୁଆଙ୍କୁ ସଂସ୍କାର, ଭକ୍ତି ମାର୍ଗରେ ନିଜକୁ ସମର୍ପିତ କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାପତି ଡ. ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ୱାମୀଙ୍କ ଉପଦେଶ ନିଶ୍ଚିତ ଭାବରେ ସଂଘର ସମସ୍ତ ସଦସ୍ୟମାନେ ଅନୁପାଳନ କରି ଆଦର୍ଶ ଜୀବନ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ । ମାତୃଛାୟା ଅନୁଷ୍ଠାନ ତରଫରୁ ରଶ୍ମି ପାତ୍ର ଓ ପୁଷ୍ପାଞ୍ଜଳୀ ମେହେର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସୁଶ୍ରୀ ଶ୍ରୀନିକା ଆଚାର୍ଯ୍ୟ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ସଂଘର ସଂପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଉପଦେଷ୍ଟା ମନ୍ଦିର ପରିସରରେ ପ୍ରସାଦ ସେବନର ବ୍ୟବସ୍ଥାରେ ସହଯୋଗ କରିଥିଲେ । ଶେଷରେ ସହଯୋଗୀ ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିବା ସଙ୍ଗେସଙ୍ଗେ ସଭାସାଂଗର ଅନୁମତି ନେଇଥିଲେ । ମନ୍ଦିର ପ୍ରାଙ୍ଗଣ ସମସ୍ତ ସଦସ୍ୟ ଓ ସଦସ୍ୟା ବନ୍ଧୁମିଳନରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରିଥିଲେ ।

Leave A Reply

Your email address will not be published.